ସମାନ ନୁହେଁ ସବୁ ସମୁଦ୍ରର ଗର୍ଜନ, କିଏ ଶାନ୍ତ ଆଉ କିଏ ଅଶାନ୍ତ
ସମୁଦ୍ରକୁ ପୟୋଧି,ରତ୍ନାକର,ବାରିଧି, ପାରାବାର,ନଦୀ,ସିନ୍ଧୁ ଆଦି କେତେ ନାମରେ ଜଣା ଯାଏ । ଏହି ସମୁଦ୍ର ପୃଥିବୀର ପ୍ରାୟ ପ୍ରତିଶତ ସ୍ଥାନ ଧାରଣ କରିଛି । ପୃଥିବୀର ୯୭ ପ୍ରତିଶତ ଜଳ କେବଳ ବିଭିନ୍ନ ସମୁଦ୍ର ମାନଙ୍କରେ ହିଁ ରହିଅଛି । ଏହାର ଗଭୀରତାର ୭୦ ପ୍ରତିଶତ ମନୁଷ୍ୟ ପହଂଚି ପାରିନାହିଁ କହିଲେ ଚଳେ । ମହାକାଶର ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ଯାଇଥିବା ମଣିଷ ଆଜି ସମୁଦ୍ରର ଗଭୀରତାକୁ ଭେଦ କରିପାରିନାହିଁ କାହିଁକି ? ଆମ ଗ୍ରହ ପୃଥିବୀ ନିଜ ଓଜନର ପ୍ରାୟ ୧୦ ଗୁଣରୁ ଅଧିକ ଓଜନର ଜଳ ଧାରଣ କରି ରଖିଛି । ଏହା ବାଦ ପୃଥିବୀର ମାତ୍ର ୨୦ ରୁ ୨୫ ପ୍ରତିଶତ ଅଂଚଳରେ ହିଁ ଜନ ବସତି ସ୍ଥାପନ ହୋଇପାରିଛି । ପ୍ରାୟ ୭୦ ଭାଗ ସ୍ଥାନ ଅକ୍ତିଆର କରିଥିବା ସମୁଦ୍ରର ପାଣି କ୍ଷାର ହୋଇଥାଏ । ଏହାକୁ ପିଇ ହେବନି କି ଏଥିରେ ଅଧିକ ସମୟ ମଧ୍ୟ ରହିହେବନି । କିନ୍ତୁ କିଛି ସମୁଦ୍ରର ପାଣି ପାଟିକୁ ମିଠା ଲାଗୁଥିଲେ ମଧ୍ୟ ପିଇବା ଯୋଗ୍ୟ ହୋଇନଥାଏ । ଆକାର ଅନୁଯାୟୀ ସମୁଦ୍ର ୩ ଭାଗରେ ବିଭକ୍ତ ଯେପରିକି;
ମହା ସାଗର:
ପୃଥିବୀର ଦୁଇ ତୃତୀୟାଂଶରୁ ଅଧିକ ଭାଗରେ ମହା ସାଗର ଅଛି । ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍ଲାଣ୍ଟିକ ମହାସାଗର,ଆର୍ଟିକ ମହାସାଗର , ଦକ୍ଷିଣ ମହାସାଗର ନାମରେ ପୃଥିବୀର ୫ଟି ମହା ସାଗର ଅଛି ।
ସାଗର:
ଲବଣିଆ କ୍ଷେତ୍ରର ଏକ ବଡ ଅଂଚଳକୁ ସାଗର କୁହାଯାଏ । କାସପିଅନ ସାଗର, ଭୂମଧ୍ୟ ସାଗର, ଉତ୍ତର ସାଗର, ଲାପତେଵ ସାଗର, ଲାଲ ସାଗର ପରି କେତେ ଗୁଡିଏ ସାଗର ଏ ପୃଥିବୀ ଉପରେ ରହିଅଛି ।
ଉପ ସାଗର;
ଜଳର ୩ ଭାଗ ଯଦି ସ୍ଥଳ ଭାଗରେ ଘେରା ତେବେ ତାକୁ ଉପ ସାଗର କୁହାଯାଇଥାଏ । ଆରବ ସାଗର ଓ ବଙ୍ଗୋପ ସାଗର ବେଶି ପ୍ରସିଦ୍ଧ ।
ଏହି ମହାସାଗର, ସାଗର,ଉପ ସାଗରରେ କେତେଯେ ରହସ୍ୟ ଅଛି ତାହା କହି ହେବନି | ଆସନ୍ତୁ ଜାଣିବା ସମୁଦ୍ରର ସେହି ୧୦ଟି ରହସ୍ୟ ସମ୍ପର୍କରେ:
୧.ସମୁଦ୍ରର ଜନ୍ମ:
ବୈଜ୍ଞାନିକ ମାନଙ୍କ ଅନୁଯାୟୀ ସମୁଦ୍ରର ଜନ୍ମ ଆଜକୁ ପ୍ରାୟ ୫୦ ରୁ ୧୦୦ କୋଟି ବର୍ଷ ପୂର୍ବେ ହୋଇଥିଲା । ସେ ସମୟରେ ପୃଥିବୀର ଏକ ବିଶାଳ ଭାଗ କିପରି ପାଣିରେ ବୁଡି ଯାଇଥିଲା ତାହା ଅନୁମାନ ଲଗାଇବା କଷ୍ଟକର । ବୈଜ୍ଞାନିକ ମାନଙ୍କ ଅନୁଯାୟୀ ପୃଥିବୀ ଜନ୍ମ ହେବା ସମୟରେ ତାହା ଏକ ନିଆଁର ଏକ ଗୋଳା ଥିଲା । ଯେତେ ବେଳେ ତାହା ଧୀରେ ଧୀରେ ଥଣ୍ଡା ହେବାକୁ ଲାଗିଲା, ତା ଚାରିପାଖରେ ଏକ ବାଷ୍ପ ଘୁରି ବୁଲୁଥିଲା । ପରେ ଏହି ବାଷ୍ପରୁ ହିଁ ଲକ୍ଷ ଲକ୍ଷ ବର୍ଷା ଧରି ଅବିରତ ବର୍ଷା ହୋଇଥିଲା | ତା ଦ୍ୱାରା ପୃଥିବୀ ଉପରେ ଥିବା ବିରାଟ ଗର୍ତ୍ତ ଗୁଡିକ ପୂର୍ଣ୍ଣ ହୋଇଯାଇଥିଲା । ତାହା ପରବର୍ତ୍ତୀ ସମୟରେ ସମୁଦ୍ରରେ ପରିଣତ ହୋଇଥିଲା ।
୨.ସମୁଦ୍ରରେ ଉତ୍ପର୍ଣ୍ଣ ହେଉଥିବା ଜୁଆର:
ସମୁଦ୍ରରେ ସାଧାରଣତଃ ୩ ଟି କାରଣରୁ ଜୁଆର ଆସିଥାଏ । ପ୍ରଥମଟି ହେଉଛି ଉପରେ ବହୁଥିବା ପବନ କାରଣରୁ, ୨ୟ ଟି ହେଉଛି ସମୁଦ୍ର ଉପରେ ଚନ୍ଦ୍ରର ପ୍ରଭାବ କାରଣରୁ ଓ ୩ୟ ଟି ହେଉଛି ସମୁଦ୍ର ଭିତରେ ସୃଷ୍ଟି ହୋଇଥିବା ଭୂକମ୍ପ କାରଣରୁ । ଏହା ମଧ୍ୟରୁ ପ୍ରଥମଟି ସବୁବେଳେ ହେଉଥିବା ବେଳେ ୨ୟ ଟି ଦିନକୁ ୨ ଥର ହୋଇଥାଏ ।
୩.ସମୁଦ୍ରର ରହସ୍ୟମୟୀ ଜୀବ ଜନ୍ତୁ:
ସ୍ଥଳ ଭାଗ ଅପେକ୍ଷା ଜଳ ଭାଗରେ ଅତ୍ୟନ୍ତ ରହସ୍ୟ ମୟୀ ଜୀବ ଜନ୍ତୁ ରହି ଅଛନ୍ତି । ସମୁଦ୍ରରେ ରହୁଥିବା ନୀଳ ତିମି ସବୁଠାରୁ ବଡ ହାଇଥିବା ବେଳେ ପ୍ଳାଙ୍କଟନ ସବୁଠାରୁ କ୍ଷୁଦ୍ରକାୟ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମୁଦ୍ର ମଧ୍ୟରେ ଏମିତି ବି ଜୀବ ଅଛନ୍ତି ଯାହା କି ଖାଲି ଆଖିକୁ ଦେଖା ଯାଇନଥାଏ ।
୪.ସମୁଦ୍ର ଯାତ୍ରା:
ପୂର୍ବରୁ ସମୁଦ୍ର ଯାତ୍ରା ସମ୍ବନ୍ଧୀୟ ବହୁ କାହାଣୀ ରହିଅଛି । ଭାସ୍କୋଡା ଗାମା,କଲମ୍ବସଙ୍କ ବ୍ୟକ୍ତିତ୍ୱ ସମୁଦ୍ର ଯାତ୍ରା ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ଏହି ଯାତ୍ରା ସମୟରେ କେତେ ଗୁଡିଏ ବିଚିତ୍ର ଜୀବଙ୍କୁ ଦେଖିଥିବାର ଅନୁଭୂତି ମଧ୍ୟ ଏମାନଙ୍କର ରହିଅଛି । ଭାରତର ଚତୁଃ ପାର୍ଶ୍ୱରେ ଘେରା ନୀଳ ସାଗରରେ ଯାତ୍ରାର ଅନୁଭବ କିଛିଟା ଭିନ୍ନ ହୋଇଥାଏ ।
୫.ବରମୁଡା ତ୍ରିଭୁଜର ରହସ୍ୟ:
ଆଟ୍ଲାଣ୍ଟିକ ମହା ସାଗରରେ ଏପରି ଏକ ଜାଗା ଅଛି ଯାହାକୁ ବରମୁଡା ତ୍ରିଭୁଜ କୁହାଯାଏ । ବିଗତ ୧୦୦ ଵର୍ଷ ଭିତରେ ଯେତେ ବି ବାୟୁ ଯାନ ବା ଜଳ ଯାନ ଏହା ମଧ୍ୟ ଦେଇ ଯାଇଛି ତାହା ଉଭାନ ହୋଇଯାଇଛି । ତାର ଆଉ କୌଣସି ପତ୍ତା ମିଳି ପାରିନାହିଁ ।
୬.ସମୁଦ୍ର ଭିତର ଖାଦ୍ୟ:
ସମୁଦ୍ର ସାଧାରଣତଃ ବିଭିନ୍ନ ପ୍ରକାର ମାଛ ଯୋଗାଇଥାଏ । ଏହା ବାଦ ଏହା ଅନ୍ୟାନ କେତେ ଗୁଡିଏ ସାମୁଦ୍ରିକ ଖାଦ୍ୟ ମଧ୍ୟ ଯୋଗାଇଥାଏ ।ଏହା ବାଦ ସାଗରରେ ଅନ୍ୟାନ କାର୍ଯ୍ୟ ଯେପରିକି ବେପାର,ବଣିଜ, ଖଣିଜ ପଦାର୍ଥ, ବିଜୁଳି ଉତ୍ପାଦନ ମଧ୍ୟ କରାଯାଇଥାଏ । ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟ ଯେପରିକି ନୌକା ଚାଳନା, ସ୍କୁବା ଡାଇଭିଂ ମଧ୍ୟ କରାଯାଇଥାଏ । ଶଙ୍ଖ,ମୋତି ପରି ଅନ୍ୟାନ ବହୁ ମୂଲ୍ୟ ପଦାର୍ଥ ମଧ୍ୟ ମିଳି ଥାଏ।
୭.ସମୁଦ୍ର ଭିତରେ ଥିବା ଗୁମ୍ଫା:
ଆପଣ ଜାଣି ଆଶ୍ଚଯ୍ୟ ହେବେ ସମୁଦ୍ର ମଧ୍ୟରେ ବହୁ ବିରାଟ ବିରାଟ ଗୁମ୍ଫା ରହିଅଛି । ସମୁଦ୍ର ମଧ୍ୟରେ ଭୂମି କମ୍ପ, ଲହରୀ, ଓ ଜ୍ୱାଳା ମୁଖି ଦ୍ୱାରା ହୋଇଥାଏ । ସମୁଦ୍ର ଭିତରେ ବହୁ ପ୍ରକାରର ସୁଡ଼ଙ୍ଗ ମଧ୍ୟ ରହିଅଛି । କିନ୍ତୁ ଏହି ସୁଡ଼ଙ୍ଗ ଗୁଡିକ ପାଣିରେ ହିଁ ବୁଡି କରି ରହିଥାଏ ।
୮.ସମୁଦ୍ର ମଧ୍ୟରେ ପର୍ବତ:
ସମୁଦ୍ର ଭିତରେ ବହୁ ବିରାଟ ବିରାଟ ପର୍ବତ ରହିଅଛି । ଏମିତିକି ମାଉଣ୍ଟ ଏଭେରେଷ୍ଟ ଠାରୁ ଉଚ୍ଚ ପର୍ବତ ସମୁଦ୍ର ଭିତରେ ରହିଅଛି । ଏହା ଭିତରେ ଥିବା ସବୁଠୁ ଉଚ୍ଚ ପର୍ବତକୁ ମଇନା କୁଆ ମାଉଣ୍ଟନ କୁହାଯାଏ । ଏହି ମାଉଣ୍ଟନଟି ଆମେରିକା ନିକଟରେ ଥିବା ପ୍ରଶାନ୍ତ ମହାସାଗର ରେ ଅବସ୍ଥିତ । ଏହାର ଉଚ୍ଚତା ପ୍ରାୟ ୪,୨୦୫ ମିଟର ହେବା ।
୯.ହିନ୍ଦୁ ପୁରାଣ ଅନୁଯାୟୀ ସମୁଦ୍ର:
ବିଭିନ୍ନ ପୁରାଣରେ ସମୁଦ୍ରର ଏକ ବିଶେଷ ମହତ୍ୱ ରହିଅଛି । ଦେବତା ଓ ଅସୁର ମାନଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନରେ ୧୪ଟି ରତ୍ନ ବାହାରି ଥିଲା । ଏହା ମଧ୍ୟ ଶୁଣା ଯାଏ ଯେ ସମୁଦ୍ର ମଧ୍ୟରେ ଜଳପରି ମାନେ ବାସ କରିଥାନ୍ତି । ଏମିତିକି ହାଥୀ ଓ ଘୋଡା ପରି ବିରାଟ ପ୍ରାଣୀ ମଧ୍ୟ ବାସ କରିଥାନ୍ତି । ଲୋକ ବାଣୀ ଅନୁଯାୟୀ ଏଠାରେ ନାଗଲୋକ, ପାତାଳ ଲୋକ ମଧ୍ୟ ରହିଅଛି । ପୁରାଣ ପ୍ରସିଦ୍ଧ ଶେଷ ନାଗ ମଧ୍ୟ ଏଠାରେ ରହିଅଛି ।
ଏହା ସହ ପଢନ୍ତୁ:
ପାଣିରେ ରହୁଥିଲା “ପୌରାଣିକ ରାକ୍ଷସ” କିନ୍ତୁ ଉଦ୍ଧାର ହେଲା କଣ ଦେଖନ୍ତୁ ଭିଡିଓ
୧୦.ସମୁଦ୍ରର ଶବ୍ଦ:
ଭିନ୍ନ ଭିନ୍ନ ସମୁଦ୍ରର ଶବ୍ଦ ଭିନ୍ନ ଭିନ୍ନ ହୋଇଥାଏ । ପ୍ରଶାନ୍ତ ମହା ସାଗର ଅପେକ୍ଷା କୃତ ଶାନ୍ତ ହୋଇଥିବା ବେଳେ ଭାରତ ମହା ସାଗର ଅଶାନ୍ତ ହୋଇଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ ପ୍ରତି ସମୁଦ୍ରର ଏକ ସ୍ୱତନ୍ତ୍ର ପ୍ରକାର ଶବ୍ଦ ରହିଅଛି । ଏହା ସହ ଏହା ପଛର କାହାଣୀ ମଧ୍ୟ ଭିନ୍ନ ଭିନ୍ନ । ସବୁ ସମୁଦ୍ରର ଗଭୀରତା ଭିନ୍ନ ଭିନ୍ନ ହୋଇଥାଏ । ସମୁଦ୍ର ମଧ୍ୟରେ ଗଭୀରତା ସାଧାରଣତଃ ଥଣ୍ଡା,ଶାନ୍ତ ଧରଣର, ଓ ଅନ୍ଧାରୁଆ ହୋଇଥାଏ ।ରୁଥିବି ଅପେକ୍ଷା ସମୁଦ୍ରରେ ୧୦୦୦ ଗୁଣା ଅଧିକ ଚାପ ରହିଥାଏ । ତେଣୁ କରି ସେଠାରେ ଅକ୍ସିଜେନ ବହୁ ପରିମାଣରେ ଅଭାବ ଘଟିଥାଏ ।