ବଢିବନି ଅଯୋଧ୍ୟା ମାମଲା ଶୁଣାଣିର ଡେଡଲାଇନ, ଅକ୍ଟୋବର ୧୭ସୁଦ୍ଧା ସମସ୍ତଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ

କେନ୍ୟୁଜ୍: ଅଯୋଧ୍ୟାର ରାମ ଜନ୍ମଭୂମି- ବାବରୀ ମସଜିଦ ଜମି ବିବାଦ ମାମଲାରେ ବଢିବନି ଶୁଣାଣି ଅବଧି। ଅକ୍ଟୋବର ୧୮ ପରେ କୌଣସି ପକ୍ଷକୁ ଗୋଟିଏ ଦିନ ବି ନିଜର ମତ ରଖିବାକୁ ଦିଆଯିବନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଅଯୋଧ୍ୟା ମାମଲାର ୩୨ତମ ଶୁଣାଣି ଦିନରେ ସର୍ବୋଚ୍ଚ ନ୍ୟାୟାଳୟ ଡେଡଲାଇନ ଘୁଞ୍ଚାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନିର୍ମୋହି ଆଖଡ଼ା, ରାମଲାଲା ନିଜର ପକ୍ଷ ଉପସ୍ଥାପନ କରିସାରିଥିବା ବେଳେ ମୁସଲିମ ବୋର୍ଡ ପକ୍ଷରୁ ମତ ରଖାଯାଉଛି। ଅକ୍ଟୋବର ୧୮ ସୁଦ୍ଧା ସମସ୍ତ ପକ୍ଷଙ୍କୁ ନିଜର ଯୁକ୍ତି ଦାଖଲ କରିବାକୁ ପାଞ୍ଚଜଣିଆ ଖଣ୍ଡପୀଠ କହିଛନ୍ତି। ହାତରେ ଆଉ ମାତ୍ର ୧୦ଦିନ ଥିବାରୁ ଶୀଘ୍ର ଯୁକ୍ତି ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଏହାଦ୍ୱାରା ରାୟ ପ୍ରକାଶ ପାଇଁ ଖଣ୍ଡପୀଠଙ୍କ ପାଖରେ ଏକମାସ ସମୟ ମିଳିବ ବୋଲି କୁହାଯାଇଛି।