Below header

ବାଲୁଗାଁ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,  ଜଣେ ମୃତ ଓ ୨ ଗୁରୁତର

ଟାଙ୍ଗୀ(କେନ୍ଯୁଜ୍): ଆଜି ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ ବିଶାଖାପାଟଣାରୁ ୮ ଜଣ ଲୋକଙ୍କୁ ନେଇ ଏକ ଟାଟା ପିକଅପ୍ ଭ୍ୟାନ ପୁରୀ ପେଣ୍ଠକଟା ଅଞ୍ଚଳକୁ ଯାଉଥିବା ସମୟରେ ବାଣପୁର ବାଲୁଗାଁ ବାଇପାସ ପାରିକଂସାରୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଭ୍ୟାନ ପଛପଟେ ଡ଼ାଲାରେ ଥିବା ଏମ. ତାତା ପାଇ ନାମକ ଜଣେ ବୃଦ୍ଧ ବ୍ୟକ୍ତି ଛିଟିକିପଡ଼ି ଗାଡ଼ି ଆଗକୁ ପଳେଇ ଆସିଥଲେ ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଜି. ନକରାଜୁ ନାମକ ବ୍ୟକ୍ତିଙ୍କ ବାମ ଗୋଡ଼ରେ ଗାଡ଼ି ଚଢ଼ିଯାଇଥିଲା, ଯାହା ଫଳରେ ତାଙ୍କ ବାମ ଗୋଡ଼ ସଂପୂର୍ଣ୍ଣ କଟିଯାଇଛି। ଅନ୍ୟ ଜଣେ ଜି.କୋଣ୍ଡାମା ନାମକ ମହିଳାଙ୍କ ଗୋଡ଼ ମଧ୍ୟ ଫ୍ୟାକଚର ହେଇଯାଇଛି ଏବଂ ପି.ବଳରାମ ନାମକ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ବାଲୁଗାଁ ଆଇ ଆଇ ସି, ବାଲୁଗାଁ ଅଗ୍ନିଶମ ଅଧିକାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲ ନେଇଥିବା ସ୍ଥଳେ ଗାଡ଼ି ଏବଂ ମୃତକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।  ଘଟଣା ସ୍ଥଳରେ ଗାଡ଼ି ଚାଳକ ଫେରାର ହୋଇଯାଇଛି। ଅନ୍ଯପଟେ ବାଲୁଗାଁ ପୋଲିସ ମୃତକ ଏବଂ ଆହତଙ୍କ ପରିଜନକୁ ଏ ସମ୍ପର୍କ ରେ ସୂଚନା ଦେଇ ତଦନ୍ତ ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.