ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା, ରିୟାଙ୍କ ପିଟିସନ୍‌ର ଶୁଣାଣି କରି ଏହି ରାୟ ଦେଲେ ସୁପ୍ରିମ୍‌କୋର୍ଟ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ପିଟିସନ୍‌ର ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ ଆଜି ନିଜ ରାୟ ଶୁଣାଇଛନ୍ତି। ପାଟନାରେ ଦାୟର ହୋଇଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତରିତ କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପିଟିସନ୍‌ ଦାଖଲ କରିଥିଲେ। ଏହି ମାମଲାରେ ସମସ୍ତ ପକ୍ଷ ତିନି ଦିନ ମଧ୍ୟରେ ଜବାବ ଦେବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି। ଏକ ସପ୍ତାହ ପରେ ପୁଣିଥରେ ମାମଲାର ଶୁଣାଣି ହେବ ବୋଲି ଏ ଅବସରରେ କୋର୍ଟ କହିଛନ୍ତି।

Rhea Chakraborty Case Breaking Update: Supreme Court Hearing on ...

ଏ ଅବସରରେ କୋର୍ଟ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସତ ସାମ୍ନାକୁ ଆସିବା ଦରକାର। ସୁପ୍ରିମ୍‌କୋର୍ଟ କହିଛନ୍ତି ମୁମ୍ବାଇ ପୋଲିସର ଭଲ ନାଁ ରହିଛି ମାତ୍ର ବିହାର ପୋଲିସଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖି ମୁମ୍ବାଇ ପୋଲିସ ନିଜ ନାଁ ଖରାପ କରିଛି। ଏହା ସମାଜକୁ ଭୁଲ ସନ୍ଦେଶ ଦେଉଛି।

Both CBI, Mumbai Police to investigate Sushant Singh Rajput's ...

ମାମଲାରେ ମହାରାଷ୍ଟ୍ର ସରକାର ନିଜ ପକ୍ଷ ରଖି କହିଛନ୍ତି ଏହି ମାମଲାରେ ଏଫ୍‌ଆଇଆର ରୁଜୁ କରିବା ଓ ତଦନ୍ତ କରିବା ବିହାର ପୋଲିସର ତଦନ୍ତ ପରିସର ମଧ୍ୟରେ ଆସୁନାହିଁ। ଏହାକୁ ରାଜନୈତିକ କେସ୍‌ କରି ଦିଆଯଇାଛି। ଅନ୍ୟପଟେ ସୁଶାନ୍ତଙ୍କ ବାପା କହିଛନ୍ତି ଯେ ମହାରାଷ୍ଟ୍ର ପୋଲିସ ପ୍ରମାଣ ନଷ୍ଟ କରିଦେଉଛି। ତେବେ ମାମଲାର ଶୁଣାଣି ୭ ଦିନ ପରେ ହେବ ବୋଲି କୋର୍ଟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.