Below header

ଅଯୋଧ୍ଯାରେ ଶ୍ରୀରାମ ମନ୍ଦିର ଶିଳାନ୍ଯାସ ପାଇଁ ପୁରୀର ବାଲୁକାଶିଳ୍ପୀ ମାନସ କୁମାରଙ୍କ ଦ୍ବାରା ପ୍ରସ୍ତୁତ ସ୍ଯାଣ୍ଡ ଆନିମେସନ୍ ଭିଡିଓ

ପୁରୀ(କେନ୍ଯୁଜ୍): ପୁରୀର ବାଲୁକାଶିଳ୍ପୀ ମାନସ କୁମାର ସାହୁ ଅଯୋଧ୍ଯାରେ ଶ୍ରୀରାମ ମନ୍ଦିର ଶିଳାନ୍ଯାସ ପାଇଁ ୩ ମିନିଟ୍ ୨୪ ସେକେଣ୍ଡର ବାଲୁକା କଳା ଭିଡିଓ ପ୍ରସ୍ତୁତ କରିଛନ୍ତି। ସ୍ଯାଣ୍ଡ ଆନିମେସନ୍ ମାଧ୍ଯମରେ ସେ ଅଗଣିତ ଶ୍ରୀରାମଙ୍କ ଭକ୍ତମାନେ ଇଛା ଥିଲେ ମଧ୍ଯ କରୋନା ମହାମାରୀ ପାଇଁ ଅଯୋଧ୍ଯା ଯାଇ ପାରୁ ନାହାନ୍ତି। ଏହି ଭିଡିଓ ମାଧ୍ଯମରେ ବାଲୁକା ଶିଳ୍ପୀ ମାନସ ସାହୁ ଭାରତର କୋଣ ଅନୁକୋଣରୁ କିଛି ଭକ୍ତ ବିଭିନ୍ନ ପବିତ୍ର ଜଳ ଏବଂ ପବିତ୍ର ମାଟି ନେଇ ଅଯୋଧ୍ଯାରେ ପହଞ୍ଚିଥିବାର ଦେଖିବାକୁ ମିଳିଛି। ଏହିଭଳି ସମସ୍ତ ବିଷୟବସ୍ତୁକୁ ନେି ଭିଡିଓ ପ୍ରସ୍ତୁତ କରାଯାଇଛି। ସୂଚନା ମୁତାବକ ଏହି ଭିଡିଓଟିକୁ ପ୍ରସ୍ତୁତ କରିବା ପାଇଁ ୨୪ ଘଣ୍ଟା ସମୟ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.