Below header

ଛେଳି ଚରାଇବାକୁ ଜଂଗଲକୁ ଯାଇଥିବା ବେଳେ ବିରୁଡ଼ି ଆକ୍ରମଣର ଶିକାର, ଜଣେ ମୃତ ଜଣେ ଗୁରୁତର

ବାଂଶପାଳ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଯାତ୍ରା ଗ୍ରାମରେ ବିରୁଡ଼ି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଗୁରୁଚରଣ ପ୍ରଧାନ(୪୦) ଓ ଗୁରୁତର ଜଣଙ୍କ ଅକ୍ଷୟ ଦେହୁରୀ। ସୂଚନା ଅନୁସାରେ ଗୁରୁଚରଣ ପ୍ରଧାନ ଓ ଅକ୍ଷୟ ଦେହୁରୀ ଗତକାଲି ସକାଳେ ଛେଳି ଚରାଇବାକୁ ଗାଁ ପାଖ ଜଂଗଲକୁ ଯାଇଥିବା ସମୟରେ ବିରୁଡ଼ି ଆକ୍ରମଣର ସିକାର ହୋଇଥିଲେ। ଫଳରେ ବିରୁଡ଼ି ଆକ୍ରମଣରେ ଗୁରୁତର ହୋଇ ଉଭୟ ତଳେ ପଡିଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ସେମାନଙ୍କୁ ଖୋଜାଖୋଜି କରି ଜଂଗଲରୁ ଉଦ୍ଧାର କରି ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିଲେ। ସୂଚନା ଅନୁଯାୟୀ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଚରଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅକ୍ଷୟଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.