Below header

‘ବିଗବସରେ 14’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ରାଧେ ମା, ତାଙ୍କ ସହିତ ଆସୁଛନ୍ତି ଏହିସବୁ ଅଭିନେତ୍ରୀ

ବିଗବସରେ ଏଣ୍ଟ୍ରି କରିବେ ରାଧେ ମା । ନୂତନ ରିପୋର୍ଟ ଅନୁଯାୟୀ ବିଗ୍ ବସ୍ 14 ପାଇଁ ରାଧେ ମା’ଙ୍କୁ ଚୟନ କରାଯାଇଛି । ରାଧେ ମା ଓରଫ ସୁଖବିନ୍ଦର କୌରଙ୍କୁ ଗତ ସିଜନରେ ମଧ୍ୟ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ଗତଥର ଶୋରେ ଏଣ୍ଟ୍ରି କରିନଥିଲେ। ବର୍ତ୍ତମାନ ଖବର ରହିଛି ଯେ ତାଙ୍କୁ ଚଳିତ ବର୍ଷ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଅଲିଟି ଶୋ ବିଗ୍ ବସ୍ ରେ ଦେଖିବାକୁ ମିଳିବ। ତେବେ ବର୍ତ୍ତମାନ ଯଦି ସେ ଶୋ’କୁ ଆସନ୍ତି ଟିଭି ଅଭିନେତ୍ରୀମାନଙ୍କ ସହିତ କିପରି ସେ ଆଡଜଷ୍ଟ କରିବେ ତାହା ଦେଖିବା ମଜାଦାର ରହିବ ।

 

ସୂଚନା ଅନୁଯାୟୀ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡୋରଙ୍ଗଲା ଗ୍ରାମରେ ଜନ୍ମ ହୋଇଥିବା ସୁଖୱିନ୍ଦର କୌର ଅର୍ଥାତ ରାଧେ ମା ଅଳ୍ପ ବୟସରେ ଆଧ୍ୟାତ୍ମିକତାର ମାର୍ଗ ନେଇଥିଲେ। ଏହା ପରେ ସେ ନିଜର ରୋଜଗାରକୁ ଅଭାବୀ ଲୋକଙ୍କୁ ଦାନ କରିବା ଆରମ୍ଭ କଲେ । ବର୍ତ୍ତମାନ ରାଧେ ମା ଶ୍ରୀ ରାଧେ ଗୁରୁ ମା ଚାରିଟେବୁଲ୍ ଟ୍ରଷ୍ଟ ଚଳାଉଛନ୍ତି । କିଛିଦିନ ପୂର୍ବରୁ ସେ ପିଏମ କେୟାର ଫଣ୍ଡରେ 15 ଲକ୍ଷ ଦାନ କରିଥିଲେ ।

Bigg Boss 14: Self-Proclaimed Godwoman Radhe Maa To Participate In Salman  Khan's Show?

ବିଗ୍ ବସ୍ 14କୁ ନେଇ ଅନେକ ପ୍ରକାର ଗୁଜବ ଶୁଣିବାକୁ ମିଳୁଛି । ପୂର୍ବରୁ ଶୋ ସେପ୍ଟେମ୍ବର ମାସରେ ପ୍ରସାରିତ ହେବାର ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ଅକ୍ଟୋବରରେ ଏହି ସୋ ଟେଲିକାଷ୍ଟ ହେବାର ଖବର ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ଏହି ଶୋ’ରେ କିଏ ଅଂଶଗ୍ରହଣ କରିବେ ସେ ନେଇ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି ।

ରାଧେ ମାଙ୍କ ବ୍ୟତୀତ ଏହି ଶୋ’ରେ ଜସ୍ମିନ୍ ଭାସିନ୍, ନିୟା ଶର୍ମା, ନଳିନୀ ନେଗି, ନୈନା ସିଂଙ୍କ ଭଳି ପ୍ରମୁଖ କଳାକାରମାନେ ଭାଗ ନେଉଛନ୍ତି ବୋଲି ଖବର ରହିଛି । ତେବେ ଏଥରର ଶୋ ବହୁତ ମଜାଦାର ହେବାକୁ ଯାଉଛି । ସୂଚନା ଅନୁଯାୟୀ କରୋନା ଯୋଗୁଁ ଶୋ’ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ବିଗ ବସ୍ 14ରେ ଜଙ୍ଗଲ ଥିମ୍ ଦେଖିବାକୁ ମିଳିବ ବୋଲି ମଧ୍ୟ ଖବର ରହିଛି , ଏଥିରେ ଘରଟିକୁ ଜଙ୍ଗଲରେ ପରିଣତ କରାଯିବ । ଶୋ’ରେ ମୁଖ୍ୟ ହାଇଲାଇଟ୍ ଲକଡାଉନ୍ ରହିବ । ଶୋ’ର ଟ୍ୟାଗଲାଇନ୍ ବିଷୟରେ କୁହାଯାଉଛି ଯେ ଏହା ‘ବିଗ୍ ବସ୍ 14 ହଟ୍ ରକିଂ’ ହୋଇପାରେ । ଏହି ସିଜିନ ପୂର୍ବର ସବୁ ସିଜିନ ଠାରୁ ଅଲଗା ଏବଂ ହଟକେ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.