ଇନ୍‌ଷ୍ଟାଗ୍ରାମ୍‌ର ସୁପରଷ୍ଟାର ଏରିୟାନା ଗ୍ରାଣ୍ଡେ, ୨୦୦ ମିଲିୟନ୍‌ ଫଲୋୟର୍ସ ପାଇବାରେ ପୃଥିବୀର ପ୍ରଥମ ମହିଳା

ପପ୍‌ଷ୍ଟାର ଏରିୟାନା ଗ୍ରାଣ୍ଡେ ଫଟୋ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ୍‌ର ୨୦୦ ମିଲିୟନ୍‌ ଫଲୋୟର୍ସ ଥିବା ପ୍ରଥମ ମହିଳା ହୋଇଛନ୍ତି। ୨୭ ବର୍ଷୀୟା ଏହି ଗାୟିକାଙ୍କ ପରେ ୧୯୩ ମିଲିୟନ୍‌ ଫଲୋୟର୍ସଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ରିଆଲିଟି ଟିଭି ଷ୍ଟାର କାଇଲି ଜେନର ଓ ୧୯୦ ମିଲିୟନ୍‌ ଫଲୋୟର୍ସଙ୍କ ସହ ତୃତୀୟ ସ୍ଥାନରେ ଅଛନ୍ତି ଗାୟକ-ଅଭିନେତା ସେଲେନା ଗୋମେଜ।

insta

ଏରିୟାନାଙ୍କର ୨୦୦ମିଲିୟନ୍‌ ଫଲୋୟର୍ସ ହେବା ପରେ ତାଙ୍କ ବନ୍ଧୁ ଲେଡି ଗାଗା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଲେଡି ଗାଗା ଟ୍ଵିଟ୍‌ କରି ତାଙ୍କୁ ବଧାଇ ଜଣାଇଛନ୍ତି।

ନିକଟରେ ଉଭୟେ ଭିଏମ୍‌ଏରେ ନିଜର ସବୁଠୁ ଲୋକପ୍ରିୟ ଗୀତ ରେନ୍‌ ଅନ୍‌ ମିରେ ପରଫର୍ମ କରିଥିଲେ। ଏଥିସହ ସର୍ବଶ୍ରେଷ୍ଠ ଯୁଗଳବନ୍ଦୀ ଭାବେ ମଧ୍ୟ ସେମାନଙ୍କୁ ସମ୍ମାନିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.