ପ୍ରଥମ ଥର ପାଇଁ ମା’ ହେଲା ତିମି, ଭାଇରାଲ ହେଉଛି ନବଜାତ ଛୁଆର ମନୋରମ ଭିଡିଓ

ଆକ୍ୱାରିୟମ୍‌ରେ ଏକ ତିମି ମାଛ ପ୍ରଥମ ଥର ପାଇଁ ପିଲା ଜନ୍ମ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆମେରିକାର ସେଡ୍‌ ଆକ୍ୱାରିୟମ୍‌ରେ ରହୁଥିବା ଏକ ବେଲୁଗା ହ୍ୱେଲ ଶାବକ ଜନ୍ମ ଦେଇଛି। ଛୁଆ ଜନ୍ମର ପୂରା ପ୍ରକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଦେଖି ଲୋକମାନେ ରୋମାଞ୍ଚିତ ହୋଇପଡ଼ିଛନ୍ତି।

ଭାଇରାଲ ହେଉଥିବା ଏହି ହ୍ୱେଲର ନାଁ ବେଲା ବୋଲି ଜଣାପଡ଼ିଛି। ଆମେରିକାର ହେଡ୍‌ ଆକ୍ୱାରିୟମ୍‌ରେ ରହୁଥିବା ଏହି ହ୍ୱେଲ ମା’ହେବାର ସୂଚନା ଆକ୍ୱାରିୟମ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ଟ୍ଵିଟରରେ ଦିଆଯାଇଛି। ୧୫ ଘଣ୍ଟାର ପ୍ରସବ ବେଦନା ପରେ ଅଗଷ୍ଟ ୨୧ରେ ବେଲା ଏକ ଛୁଆ ଜନ୍ମ ଦେଇଛି।

ଦେଖନ୍ତୁ ଭିଡିଓ:

ତିମିମାନେ ଛୁଆ ଜନ୍ମ ଦେଲା ବେଳେ ସାଧାରଣତଃ ଗୋଡ଼ ପ୍ରଥମେ ବାହାରୁଥିବା ବେଳେ ଏହି ଛୁଆର କିନ୍ତୁ ମୁଣ୍ଡ ପ୍ରଥମେ ବାହାରକୁ ଆସିଥିଲା। ତିମି ଛୁଆର ଓଜନ ୧୩୯ ପାଉଣ୍ଡ ଓ ଉଚ୍ଚତା ୫ ଫୁଟ ୩ ଇଞ୍ଚ୍‌ ବୋଲି ଜଣାଯାଇଛି। ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ତିମି ଛୁଆ ଓ ମା’କୁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.