Below header

ଭାରମାସ୍ୟ ହରାଇ ଗଛରେ ପିଟି ହେଲା ସ୍କୁଟି: ଜଣେ ମୃତ, ଜଣେ ଗୁରୁତର

କଂଟାବାଞ୍ଜି(କେନ୍ୟୁଜ୍): ମୁରିବାହାଲ ଥାନା ଝେରବାହାଲି ଗାଁ ଛକଠାରେ ବିଳମ୍ବିତ ରାତିରେ ଏକ ସ୍କୁଟି ଭାରମାସ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ବେଳପଡା ଥାନା ଡୁଙ୍ଗରିପାଳି ଗାଁର ଗୋବିନ୍ଦ ବନଛୋର ଏବଂ ଗୁରୁତର ଜଣକ ଝେରବାହାଲି ଗାଁର ପ୍ରତାପ ବନଛୋର ।

ଗୋବିନ୍ଦ ଏବଂ ପ୍ରତାପ ଗୋଟିଏ ସ୍କୁଟିରେ କୌଣସି କାମରେ ବଙ୍ଗୋମୁଣ୍ଡାବାହାଲ ଗାଁ ଯାଉଥିଲେ । ତେବେ ଠିକ ଝେରବେହାଲି ଗାଁ ଛକ ରାସ୍ତାରେ ଯାଉଥିବା ବେଳେ ଏକ ପଥରରେ ଗାଡି ଚଢି ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ସ୍ଥାନିୟ ଲୋକ କଂଟାବାଞ୍ଜି ଡାକ୍ତରଖାନା ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତରଖାନାରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ପ୍ରତାପକୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.