ଗମ୍ଭୀର ସ୍ଥିତିରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା: ଫେରୁନି ଚେତା, ଡାକ୍ତର କହିଲେ- କେବଳ ଭଗବାନଙ୍କ ଆଶୀର୍ବାଦ ଦରକାର

ବଲିଉଡ ସିନେମାର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଡାକ୍ତରଖାନାରେ ଅଧିକ ଗୁରୁତର ହୋଇଛି । ଫଳରେ ରାଜୁ ଶ୍ରୀବାସ୍ତବଙ୍କ ଜୀବନ ସହିତ ଜଡ଼ିତ ଓ ତାଙ୍କର ବ୍ୟକ୍ତିଗତ ଜୀବନ ଓ ବୃତ୍ତିଭିତ୍ତିକ ଜୀବନ ସହିତ ସଂପୃକ୍ତ ଲୋକେ ମୁମ୍ବାଇର ଅନ୍ଧେରୀରେ ଥାଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଏମାନଙ୍କର ମଧ୍ୟରେ ଅଛନ୍ତି ହାସ୍ୟଭିନେତା ଏହସାନ କ୍ୟୁରେଶୀ, ଅଶୋକ ମିଶ୍ରା ଓ ତାଙ୍କର ବିଜନେଓ ମ୍ୟାନେଜର ରାଜେଶ ଶର୍ମା । AIIMS ରେ ରାଜୁଙ୍କ ଆଡମିଶନ ସମୟରେ ରାଜେଶ ଶର୍ମା ଦିଲ୍ଲୀରେ ୬ ଦିନ ରହିଥିଲେ।

ସୂଚନା ଅନୁସାରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନାହିଁ । ତାଙ୍କୁ ଦିଲ୍ଲୀ ଏମ୍ସସ୍ଥିତ ଲାଇଫ ସପୋର୍ଟରେ ରଖାଯାଇଛି । କିନ୍ତୁ ତାଙ୍କ ପରିବାର ଲୋକଙ୍କ କହିବା ନଅୁସାରେ, ସେ ଜଣେ ଯୋଦ୍ଧା ଏବଂ ସୁସ୍ଥ ହୋଇ ଫେରିବେ । କିନ୍ତୁ ରାଜୁ ଶ୍ରୀବାସ୍ଥବ ଏବେବି ଭେଣ୍ଟିଲେଟରରେ ଅଛନ୍ତି । ଗତ ୮ ଦିନ ମଧ୍ୟରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧୁରିଥିବା ଦେଖିବାକୁ ମିଳି ନାହିଁ । ଡାକ୍ତରଙ୍କ କହିବା ଅନୁସାରେ ରାଜୁ ଶ୍ରୀବାସ୍ତବଙ୍କ ତାଙ୍କୁ ବଞ୍ଚାଇବାକୁ ହେଲେ ଭଗବାନଙ୍କ ଆଶୀର୍ବାଦ ଦରକାର ।

ଗତ କଲି ସନ୍ଧ୍ୟାରେ ପୁଣିଥରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ତାଙ୍କର ମସ୍ତିଷ୍କରେ ପାଣି ଜମିଥିବା ଜଣାପଡ଼ିଛି । ତେଣୁ ମସ୍ତିଷ୍କ ଏକପ୍ରକାର ଡେଡ୍ ସ୍ଥିତିରେ ପହଞ୍ଚିଥିବା କହିଛନ୍ତି ତାଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ୍ ସକ୍ସେନା । ସେ କହିଛନ୍ତି, ଏବେ ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦିଆଯାଇଛି । କୌଣସି ଚମକ୍ରାର ହିଁ ରାଜୁଙ୍କୁ ସୁସ୍ଥ କରିପାରିବ । ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ତାଙ୍କ ଫ୍ୟାନ୍ ଓ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି । ଅଜିତ୍ କହିଛନ୍ତି, ଡାକ୍ତରଙ୍କ କହିବା ଅନୁସାରେ ରାଜୁଙ୍କୁ ମସ୍ତିଷ୍କ କାମ କରୁନାହିଁ । ତାଙ୍କ ମସ୍ତିଷ୍କ ପ୍ରାୟତଃ ମୃତ ସ୍ଥିତିରେ ରହିଛି । ଅଗଷ୍ଟ ୧୦ ତାରିଖରେ ଜିମ୍‌ରେ ଓ୍ଵାର୍କ ଆଉଟ୍‌ କରୁଥିବା ସମୟରେ ହାର୍ଟ ଆଟାକର ଶିକାର ହୋଇଥିଲେ ରାଜୁ। ସେଠାରୁ ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି, ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁ ଶ୍ରୀବାସ୍ତବଙ୍କ ପରିବାର ସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବୁଝିଥିଲେ। ଆଉ ତାଙ୍କ ପରିବାରର ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ରାଜୁ ଏବେ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସେଠାରେ ଡାକ୍ତରଙ୍କ ଗୋଟିଏ ଟିମ୍‌ ତାଙ୍କ ଉପରେ ଲଗାତାର ନଜର ରଖିଛି। ନିକଟରେ ଖବର ଆସିଥିଲା ଯେ ତାଙ୍କ ବ୍ରେନ୍‌ରେ ଏକ ଶିରା ଚାପି ହୋଇଯାଇଛି। ଏହି କାରଣରୁ ମସ୍ତିଷ୍କକୁ ଅକ୍ସିଜେନ୍‌ ପହଞ୍ଚିପାରୁ ନାହିଁ କି ଚେତା ମଧ୍ୟ ଫେରୁନି ଯାହା ଫଳରେ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଛି।

ସୂଚନାଯୋଗ୍ୟ, ୫୮ ବର୍ଷୀୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ଟ୍ରେଡମିଲରେ ଦୌଡିବା ସମୟରେ ଗତ ୧୦ ତାରିଖ ଦିନ ହୃଦଘାତ ହୋଇଥିଲା । ଛାତିରେ ଅଚାନକ ଯନ୍ତ୍ରଣା ଆସିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ । ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.