Below header

ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ଚଳାଚଳ ହେବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ଚଳାଚଳ ହେବ ସ୍ୱତନ୍ତ୍ର ଟ୍ରେନ୍  । ଏହି ଟ୍ରେନ୍ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡା, ରାଉରକେଲା, ହଟିଆ, ରାଞ୍ଚି, ମୁରି ଏବଂ ବୋକାରୋ ଷ୍ଟିଲ୍ ସିଟି ଷ୍ଟେସନରେ ରହଣି କରିବ। ଏଥିରେ ଗୋଟିଏ ଏସି-୨ ଟାୟାର, ତିନିଟି ଏସି-୩ ଟାୟାର, ୮ଟି ସ୍ଲିପର୍ କ୍ଲାସ୍, ୪ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ୨ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ ଉପଲବ୍ଧ ରହିଛି।

ଯାତ୍ରୀଙ୍କ ସୁବିଧା ଓ ଚାହିଦାକୁ ଦୃଷ୍ଟିରେ ରଖି ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୨୭ ମଧ୍ୟରେ ଭୁବନେଶ୍ୱର-ଧାନବାଦ୍ ସ୍ପେସାଲ୍ ଏକ୍ସପ୍ରେସ(୦୨୮୩୨) ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୨୫ରେ ଛାଡ଼ି ଧାନବାଦ୍ ଅଭିମୁଖେ ଯାତ୍ରା କରିବ। ଫେରିବା ପଥରେ ଧାନବାଦ୍-ଭୁବନେଶ୍ୱର ସ୍ପେସାଲ ଏକ୍ସପ୍ରେସ(୦୨୮୩୧) ଆସନ୍ତା ୨୪ ତାରିଖରୁ ସେପ୍ଟେମ୍ବର ୨୮ ମଧ୍ୟରେ ଧାନବାଦ୍‌ରୁ ପ୍ରତି ବୁଧବାର, ଶନିବାର ଓ ସୋମବାର ଅପରାହ୍ନ ୪ଟା‌ରେ ଛାଡ଼ି ଭୁବନେଶ୍ୱର ଯାତ୍ରା କରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.