Below header

ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା

ସୁନ୍ଦରଗଡ଼(କେନ୍ୟୁଜ୍): ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା। ଆଜି ସୁନ୍ଦରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଯାଇଛି । ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ସୂଚନା ଥାଉକି,  ସୁନ୍ଦରଗଡ଼ ଠାରେ ରାଜ୍ଯର ଦ୍ବିତୀୟ ‘ଏମ୍ସ’ ପ୍ରତିଷ୍ଠା ଦାବିରେ ସ୍ଥାନୀୟ ଡିଆରଡିଏ ଛକରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ସଭାପତି ଦିନେଶ ପଟେଲଙ୍କ ସମେତ ୪ ସଦସ୍ଯ ରଞ୍ଜନ ମହାନନ୍ଦିଆ, ଶୁଭମ ମହାପାତ୍ର, ସୁମିତ ଦାସ ଚଲାଇଥିବା ଆମରଣ ଅନଶନକୁ ୩ ଦିନ ବିତିଯାଇଛି। ତେଣୁ ସମସ୍ତ ରାଜନୈତିକ ଦଳ, ବୁଦ୍ଧିଜୀବୀ, ସଚେତନ ନାଗରିକ, ସମାଜସେବୀ, ସଂଗଠନ ସମୂହଙ୍କ ସହମତିରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.