Below header

ଟାଙ୍ଗୀ: ସମ୍ପର୍କୀୟଙ୍କ ବରାଯାତ୍ରୀରେ ଯୋଗ ଦେବାକୁ ଯାଉଥିବାବେଳେ ଚଢିଗଲା ହାଇୱା; ଜଣେ ମୃତ ଓ ଜଣେ ଗୁରୁତର

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ବ୍ରହ୍ମପୁର ମୁଖ୍ୟ ରାସ୍ତା ଚାନ୍ଦପୁର ଥାନା ଅଧିନସ୍ତ କନ୍ଧ ନୟାଗଡ ବାଇପାସ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତର ଥିବା ଯୁବକଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲା ଗ୍ରାମରୁ ଭୂଷଣ୍ଡପୁର ଗ୍ରାମକୁ ନିଜ ସମ୍ପର୍କୀୟଙ୍କ ବାହାଘର ବରଯାତ୍ରୀ ଯୋଗ ଦେବାକୁ ଯାଉଥିଲେ । ଜାତୀୟ ରାଜପଥରେ ରାସ୍ତା ସମ୍ପ୍ରସାରଣ ପାଇଁ ନିର୍ମାଣ କାର୍ଯ୍ୟ ଚାଲୁଥିବ‍ାରୁ ବହୁ କଟିଙ୍ଗି ପଏଣ୍ଟ ଓ ହମ୍ଫସ ନିର୍ମାଣ ହୋଇଛି । ଯୁବକ ଦ୍ୱୟ ଏକ ବୁଲେଟରେ ଯାଉଥିବା ବେଳେ,  ଆଗରେ ହମ୍ପସ ଦେଖି ତାଙ୍କର ବୁଲେଟର ବ୍ରେକ୍ ମାରିଥିଲେ । ତାଙ୍କ ପଛ ପଟୁ ଏକ ଦ୍ରୁତଗାମୀ ହାଇୱା ଆସି ବୁଲେଟ୍ ଉପରେ ଚଢି ଯିବା ଫଳରେ ବୁଲେଟ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।

ଅନ୍ଯପଟେ ବାଇକ ପଛରେ ବସିଥିବା ଯୁବକ ଗୁରୁତର ହୋଇଥିଲେ । ଘଟଣା ପରେ ଉତ୍ୟକ୍ତ ଲୋକେ ହାଇୱା ଟିକୁ ଭଙ୍ଗାରୁଜା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇଥିଲା । ମୃତ ବୁଲେଟ ଚାଳକ ଯୁବକ ଜଣକ ହେଲେ ଟାଙ୍ଗୀ ଥାନା ଅନ୍ତର୍ଗତ କୟଥପଲା ଗ୍ରାମର ବୁଲୁ ପାଇକରାୟ ଓ ଅନ୍ୟ ଜଣେ ଗୁରୁତର ବିରିବାଡି ଗ୍ରାମର ସୁରେଶ କୁମାର ବିଶ୍ବାଳ ବୋଲି ଜଣାପଡ଼ିଛି । ପୋଲିସ୍ ଶବକୁ ବେବଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.