Below header

ଛୁଟି ରେ ଘରକୁ ଆସିଥିବା ଯବାନଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ, ଅଳ୍ପକେ ବର୍ତ୍ତିଗଲା କୁନି ପୁଅ

ଆନନ୍ଦପୁର(କେନ୍ଯୁଜ୍): ଆନନ୍ଦପୁର ଉପଖଣ୍ଡ ବେଲବାହାଳି ବଜାର ନିକଟରେ ସ୍କୁଟି ସହ ପିକଅପ ଧକ୍କା ରେ ଜଣେ ମୃତ। ଆନନ୍ଦପୁର ଉପଖଣ୍ଡ କଡରାପାଳ ଗାଁର ଗୌରୀ ଶଙ୍କର ନାୟକ ସିଆରପିଏଫ ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ଛୁଟି ରେ ଘରକୁ ଆସିଥିଲେ।

ଆନନ୍ଦପୁର ମେଡିକାଲକୁ ପୁଅର ଦାନ୍ତ ଭାଙ୍ଗିବା ପାଇଁ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ଯୁ ହୋଇଥିଲା।

ଭାଗ୍ୟବଶତ ତାଙ୍କ ଛୋଟ ପୁଅଟି ଦୁର୍ଘଟଣାରେ ବର୍ତ୍ତି ଯାଇଛନ୍ତି। ଗୌରୀ ଶଙ୍କରଙ୍କର ମୃତ୍ୟୁ ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.