Below header

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି: ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମର ଦ ଗ୍ରେଟ ସାଉଥ ଷ୍ଟାଣ୍ଡ ଏବେ ସେନ୍‌ ଓ୍ଵାର୍ଣ୍ଣଙ୍କ ନାମରେ ନାମିତ

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି । ବଡ଼ ଘୋଷଣା କଲା ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ । ସେନ୍‌ ଓ୍ଵାର୍ଣ୍ଣଙ୍କୁ ଅଷ୍ଟ୍ରେଲିଆରେ ମିଳିଲା ବଡ଼ ସମ୍ମାନ । ସେନ୍‌ ଓ୍ଵାର୍ଣ୍ଣଙ୍କ ନାଁରେ ନାମିତ ହେବ ଏକ ଷ୍ଟାଣ୍ଡ । ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମର ଦ ଗ୍ରେଟ ସାଉଥ ଷ୍ଟାଣ୍ଡ ଏବେ ସେନ୍‌ ଓ୍ଵାର୍ଣ୍ଣଙ୍କ ନାମରେ ନାମିତ ହେବ । ସାଉଥ ଷ୍ଟାଣ୍ଡ ଏବେ ସେନ ଓ୍ଵାର୍ନେଙ୍କ ନାମରେ ପରିଚିତ ପାଇବ । ଗତକାଲି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍‌ ଓ୍ଵାର୍ଣ୍ଣଙ୍କ ୫୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ।

ସେନ୍‌ ଓ୍ଵାର୍ଣ୍ଣଙ୍କ ବିୟୋଗରେ କ୍ରିକେଟ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ଯାଦୁଗରୀ ସ୍ପିନରେ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରୁଥିଲେ ସେନ୍‌ ଓ୍ଵାର୍ଣ୍ଣ । ୧୫ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ଦବଦବା ଜାହିର କରିଥିଲେ । ଉଭୟ ଟେଷ୍ଟ ଓ ଦିନିକିଆରେ ନେଇଛନ୍ତି ୧୦୦୧ ଓ୍ଵିକେଟ୍‌ । ୧୯୯୨ରେ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ । ୧୪୫ ଟେଷ୍ଟରୁ ନେଇଥିଲେ ୭୦୮ ଓ୍ଵିକେଟ ନେଇଥିଲେ ।

ଶ୍ରୀଲଙ୍କାର ମୂରଲୀଧରନଙ୍କ ପରେ ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ଓ୍ଵିକେଟ ନେଇଥିବା ବୋଲର ସେନ୍‌ ଓ୍ଵାର୍ଣ୍ଣ । ସେହିପରି ୧୯୪ ଦିନିକିଆରେ ନେଇଥିଲେ ୨୯୩ ଓ୍ଵିକେଟ୍‌ । ୧୯୯୯ ବିଶ୍ୱବିଜୟୀ ଅଷ୍ଟ୍ରେଲିଆ ଟିମର ସଦସ୍ୟ ଥିଲେ ସେନ ଓ୍ଵାର୍ଣ୍ଣ । ୨୦୦୭ ଜାନୁଆରୀରେ କ୍ରିକେଟରୁ ଅବସର ନେଇଥିଲେ ସେନ୍‌ ଓ୍ଵାର୍ଣ୍ଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.