Below header

ଦାରିଙ୍ଗବାଡ଼ି: ଅଟୋ ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୧୨ଗୁରୁତର

ଦାରିଙ୍ଗବାଡ଼ି(କେନ୍ୟୁଜ୍):  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିଆଙ୍ଗବାଲି ଛକ ନିକଟ ଆମ୍ବଖିଆ ବୁଲାଣି ରାସ୍ତାରେ ବୋଲେରୋ ଅଟୋ ମୁହାଁମୁହିଁ ଧକା ହୋଇ ଜଣେ ମୃତ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।ରବିବାର ସାପ୍ତାହିକ ହାଟ ଥିବାରୁ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ କେରୁବାଡି ଗ୍ରାମର ଏକ ଅଟୋ ରେ ଓଭୋର ଲୋଡ଼ ହୋଇ ବୁଲାଣି ବୁଲୁଥିବା ବେଳେ ହଠାତ ବିପରୀତ ଦିଗରୁ ଆସୁଥିବା ବୋଲେର ଗାଡି ସହ ମୁହାଁ ମୁହିଁ ଧକା ହୋଇଥିଲା ସେଥିମଧ୍ୟରୁ 5 ଜଣ ଗୁରୁତର ହୋଇଥିବା ଯୋଗୁଁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି । ଅନ୍ୟ ମାନେ ଦାରିଙ୍ଗବାଡ଼ି ସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ମୃତକ ଜଣକ ହେଲେ କେରୁବାଡି ଗ୍ରାମର ମଙ୍ଗୁଳିଆ ନାୟକ(୪୬) । ଅଟୋ ଟି ଦାରିଙ୍ଗବାଡ଼ି ରୁ କେରୁବାଡି ଯାଉଥିବା ବେଳେ ଅଟୋରେ ମହିଳା ଛୋଟ ପିଲା ରହିଥିଲେ ବୋଲେର ଗାଡିଟି ବ୍ରହ୍ମପୁର ରୁ ଦାରିଙ୍ଗବାଡ଼ି ଆସୁଥିଲା । ଘଟଣା ସ୍ଥଳରେ ଦାରିଙ୍ଗବାଡି ପୋଲିସ ପହଞ୍ଚି ଦୁଇଟି ଯାକ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.