ଆଜିଠୁ ଆରମ୍ଭ ହେଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କ ଅନଲାଇନ ତାଲିମ୍

କେନ୍ଯୁଜ୍: ଆଜିଠାରୁ ଆରମ୍ଭ ହେଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କ ଅନଲାଇନ ତାଲିମ | ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟର ୨୦୨ ଶିକ୍ଷକ, ୩୦ଟି ଜିଲ୍ଲାର ଯୁକ୍ତ ଦୁଇର ୩୦ ଜଣ ଲେଖାଏଁ କଲେଜ୍ ଶିକ୍ଷକଙ୍କୁ ମିଳିବ ଅନଲାଇନ ତାଲିମ୍ | ସୂଚନା ମୁତାବକ ଆଜିଠାରୁ ୫ ଦିନ ଧରି ଟ୍ରେନିଂ ଦିଆଯିବ ।

ଅନ୍ଯପଟେ ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ଯ ପରୀକ୍ଷା ଫଳ ବାହାରିବ । ଏନେଇ ଶେଷ ପର୍ଯ୍ୟାୟରେ ଖାତାଦେଖା ବୋଲି ପ୍ରିତିକ୍ରିୟା ରଖିଛନ୍ତି ସମୀର ଦାଶ । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ଖାତା ଦେଖା ଶେଷ ହୋଇଥିବା ବେଳେ tabulation ଚାଲିଛି। ରିପୋର୍ଟ ଅନୁଯାୟୀ ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ଏହି ଦୁଇଟି ବିଷୟର ଫଳାଫଳ ବାହାରିବା ପରେ ଅଗଷ୍ଟ ଶେଷ ସପ୍ତାହରେ କଳା ଫଳ ପ୍ରକାଶ ପାଇବ।

Leave A Reply

Your email address will not be published.