Below header

ବିଭିନ୍ନ ଦାବି ନେଇ ଓୟୁଏଟି ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର (କେନ୍ୟୁଜ୍) : ଓୟୁଏଟି ବିଶ୍ୱବିଦ୍ୟାଳୟର ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ଧାରଣା । ବିଭିନ୍ନ ଦାବି ନେଇ ଓୟୁଏଟି ଅଫିସ ଆଗରେ ଧାରଣାରେ ବସିଛନ୍ତି ଉଦ୍ୟାନ କୃଷି ସ୍ନାତକ ବିଭାଗର ଛାତ୍ରଛାତ୍ରୀ । ୨୦୦୮ ମହିହାରେ ଉଦ୍ୟାନ କୃଷି ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ପଶ୍ଚିମ ଓଡିଶାର ପନିପରିବା ସହ ଫଳ ଚାଷକୁ ବୃଦ୍ଧି କରିବା ତାସହ ଯୁବତୀ ଯୁବକମାନଙ୍କୁ ଗବେଷଣା ଜନିତ ଶିକ୍ଷା ଦେବା ଏବଂ ନିଯୁକ୍ତ ଦେବା । ହେଲେ ଆଜି ପର‌୍ୟ୍ୟନ୍ତ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ମହାବିଦ୍ୟାଳୟରୁ ପାସ ହୋଇସାରିଥିଲେ ବି ମୋଟ ୧୫ ଜଣ ନିଯୁକ୍ତି ପାଇପାରିଛନ୍ତି । ତେବେ ଦାବି ପୂରଣ ନହେଲେ ଆଗକୁ ଧାରଣାକୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.