Below header

ଲୋକସଭାରେ ଗୃହୀତ ହେଲା ସଂଶୋଧିତ ମୋଟର ଯାନ ଆଇନ୍‌-୨୦୧୯

ଲୋକସଭାରେ ଗୃହୀତ ହେଲା ସଂଶୋଧିତ ମୋଟର ଯାନ ଆଇନ୍‌-୨୦୧୯ । ମୋଟର ଯାନ ଆଇନ-୧୯୮୮ରେ କ୍ଷତିପୂରଣ ଓ ବୀମା ବ୍ୟବସ୍ଥାରେ ସଂଶୋଧନ ହୋଇଛି । ଦୁର୍ଘଟଣାରେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା ଦେବ ବୀମା କମ୍ପାନୀ । ସେହିଭଳି ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ । ସଂଶୋଧିତ ଆଇନରେ ଡ୍ରାଇଭିଂ ଲାଇସେନ୍ସର ସମୟ ସୀମା ହ୍ରାସ କରାଯିବ । ୩୦ରୁ ୫୦ ବର୍ଷ ଭିତରେ ଜଣେ ଲାଇସେନ୍ସଧାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ଅବଧି ୧୦ ବର୍ଷ ରହିବ। ପୂର୍ବରୁ ଏହା ୨୦ ବର୍ଷ ଥିଲା। ସେହିପରି ୫୦ରୁ ୫୫ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଡ୍ରାଇଭିଂ ଲାଇସେନ୍ସ ଅବଧି ୫ ବର୍ଷ ପାଇଁ କାମ କରିବ। ନିଶା ଦ୍ରବ୍ୟ ଖାଇ ଗାଡ଼ି ଚଳାଇଲେ ଏଣିକି ୧୦ ହଜାର ଟଙ୍କା ଜରିମାନା ଗଣିବେ। ପୂର୍ବରୁ ଏହା ୨ ହଜାର ଟଙ୍କା ଥିଲା। ସେହିପରି ସଂଶୋଧିତ ଆଇନରେ ଦୁର୍ଘଟଣା ଜନିତ ସହାୟତା ଓ ବୀମା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.