Below header

ଯାତ୍ରୀବାହୀ ବସକୁ ପଛ ପଟୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ, ୧୫ରୁ ଊର୍ଦ୍ଧ୍ୱ ଆହତ

ରାଜ୍ୟ ରାଜପଥ ୫୩ର କରଞ୍ଜିଆ - ଆନନ୍ଦପୁର ରାସ୍ତାର ସାତକୋଶିଆ ଘାଟିରେ ସାଇଶଙ୍କର ନାମକ ବସ ଓଲଟି ପଡିବାରୁ ୧୫ରୁ ଉର୍ଦ୍ଧ ଲୋକ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି | ଗୁରୁତରଙ୍କ ମଧ୍ୟରୁ ଜଣକୁ କଟକ ରେଫର କରାଯାଇଛି | 

ଆନନ୍ଦପୁର:  ରାଜ୍ୟ ରାଜପଥ ୫୩ର କରଞ୍ଜିଆ – ଆନନ୍ଦପୁର ରାସ୍ତାର ସାତକୋଶିଆ ଘାଟିରେ ସାଇଶଙ୍କର ନାମକ ବସ ଓଲଟି ପଡିବାରୁ ୧୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି | ଗୁରୁତରଙ୍କ ମଧ୍ୟରୁ ଜଣକୁ କଟକ ରେଫର କରାଯାଇଛି |

ମୟୁରଭଞ୍ଜ ଜାମଦାରୁ ଭୁବନେଶ୍ୱର ଯାଉଥିବା ଏହି ବସକୁ ଘାଟି ରାସ୍ତାରେ ରାତି ୧.୩୦ ସମୟରେ ପଛପଟୁ ଏକ ଚାଉଳ ବୋଝେଇ ଟ୍ରକ ଧକ୍କା ଦେଇଥିଲା ଫଳରେ ଭାରସାମ୍ୟ ହରାଇ ବସଟି ୩୦ ଫୁଟ ତଳକୁ ଓଲଟି ପଡିଥିଲା | ଭାଗ୍ୟ ବଶତଃ ସମସ୍ତଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ସମସ୍ତ ଆହତ ଓ ଗୁରୁତରଙ୍କୁ ଆନନ୍ଦପୁର ମେଡିକାଲରେ ଚିକିତ୍ସା କରାଯାଉଛି | ଘଟଣା ସ୍ଥଳରେ ମହୁଲଡିହା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.