Below header

 ନିଶା କବଳରେ ପଦ୍ମପୁର, ବିପୁଳ ପରିମାଣର ନିଶା ବଟିକା ଖୋଳ, ସିରିଞ୍ଜ ଓ କଫ୍‌ ସିରଫ ବଟଲ ଆଦି ଜବତ

ବରଗଡ (କେନ୍ଯୁଜ୍) : ନିଶା କବଳରେ ବରଗଡ ଜିଲ୍ଲାର ପଦ୍ମପୁର ଅଞ୍ଚଳ । ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ଅନେକ ଔେଷଧ ଓ ଇଞ୍ଜେକସନ କୁ ନିଶା ଭାବେ ବ୍ୟବହାର କରୁଛନ୍ତି । ତେବେ ଏହି ନିଶାରେ ବିଶେଷ ଦୁର୍ଗନ୍ଧ ହେଉ ନଥିବା କାରଣରୁ ଯୁବ ସମାଜ ଏଥିପ୍ରତି ବିଶେଷ ଭାବେ ଆକୃଷ୍ଟ ହେଉଛନ୍ତି ।

ALCHOHAL 2

ବରଗଡ ଜିଲ୍ଲା ପଦ୍ମପୁରକୁ ଲାଗିଛି ଛତିଶଗଡ ସୀମା । ତେବେ ରାସ୍ତାରେ କୌଣସି ଚେକପୋଷ୍ଟ ନଥିବାରୁ ଏହି ଅଞ୍ଚଳରେ ସହଜରେ ନିଶାଦ୍ରବ୍ୟ ସବୁ ଚୋରାଚାଲାଣ ହୋଇପାରୁଛି ।  ଫଳରେ ପଦ୍ମପୁର ଓ ଆଖାପାଖ ଅଞ୍ଚଳରେ ନିଶାଖୋରଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ବିପୁଳ ପରିମାଣର ନିଶା ବଟିକା ଖୋଳ, ସିରିଞ୍ଜ ଓ କଫ୍‌ ସିରଫ ବଟଲ ଆଦି ଏହି ଅଞ୍ଚଳରୁ ଜବତ ହେଉଛି ।

alchohal

ନିଶା ସେବନ କରି ସହରର ଅନେକ ଲୋକ ମୃତ୍ୟୁମୁଖରେ ପଡିଛନ୍ତି । ପିଲା ମାନଙ୍କ ଭିବଷ୍ୟତକୁ ନେଇ ସ୍ୱପ୍ନ ଦେଖିଥିବା ପରିବାର ଏବେ ବେସାହାରା ହୋଇ ପଡିଛନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉଚିତ୍‌ ପଦକ୍ଷେପ ନେବାକୁ ପୋଲିସ୍‌ ଓ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।ଅବାଧରେ ଚାଲିଥିବା ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ଏବେ ଜରୁରୀ ହୋଇ ପଡିଛି ।

ALCHOHALIC

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.