Below header

କେନ୍ଦ୍ର ସରକାର କଲେ ଘୋଷଣା : ଓଡ଼ିଶାର ୩ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ସମାଜସେବା ପାଇଁ ଦୈତାରୀ ନାୟକ, ଡି. ପ୍ରକାଶ ରାଓ ଏବଂ କୃଷି ପାଇଁ କମଳା ପୂଝାରୀଙ୍କୁ ସମ୍ମାନ ପ୍ରଦାନ କରାଯିବ। ଏନେଇ ଘୋଷଣା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛା ସୁଅ ଛୁଟୁଛି ।

ଅଖ୍ୟାତ ପଲ୍ଲୀର ଦୈତାରୀ ଏବେ ବିଖ୍ୟାତ। ପଦ୍ମଶ୍ରୀ ସମ୍ମାନ ପାଇଁ ତାଙ୍କ ନାଁ ଘୋଷଣା ହେବା ପରେ ଛୁଟିଛି ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ। କେନ୍ଦୁଝରର ନିପଟ ମଫସଲ ଗୋନାସିକା ପଞ୍ଚାୟତ ତଳ ବୈତରଣୀ ଗାଁର ଦୈତାରୀ। ଗାଁର ଚାଷ ଜମିକୁ ନିଅଣ୍ଟ ପଡୁଥିବା ଜଳ ତାଙ୍କ ମନକୁ ଚହଲାଇ ଦେଇଥିଲା। ଆଉ ଅକ୍ଲାନ୍ତ ଉଦ୍ୟମ କରି ଗୋନାସିକା ପାହାଡ଼ରୁ ବୈତରଣୀର ଶାଖା ନଈ ପଥରକଟା ନାଳକୁ ଦାର୍ଘ ୪କିମି ପର୍ଯ୍ୟନ୍ତ ନାଳ ଖୋଳି ଗାଁ ଚାଷଜମିକୁ ପାଣି ମଡ଼ାଇଥିଲେ। ପରିଶ୍ରମର ଫଳ କେବେ ବୃଥା ଯାଏନାହିଁ। ଦୈତାରୀଙ୍କ ପରିଶ୍ରମ ତାଙ୍କୁ ଆଜି ପଦ୍ମଶ୍ରୀର ପରିଚିତି ଆଣିଦେଇଛି।

 

ସେହିପରି ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକିବା ସହ ପିଲାମାନଙ୍କୁ ଶିକ୍ଷା ଦାନ ଦେବାକୁ ନେଇ ଚର୍ଚ୍ଚାରେ ରହୁଥିବା କଟକର ଡି. ପ୍ରକାଶ ରାଓଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି। ନିୟମିତ ରକ୍ତଦାନ ସହ ବସ୍ତିପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେବା ପଦକ୍ଷେପରେ ପ୍ରଭାବିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେ ୨୬, ୨୦୧୮ରେ ମୋଦି କଟକ ଆସିଥିବା ବେଳେ ପ୍ରକାଶଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରି ଆଲୋଚନା କରିଥିଲେ।

କୃଷିକ୍ଷେତ୍ର ପାଇଁ କୋରାପୁଟର ଆଦିବାସୀ ମହିଳା କମଳା ପୂଝାରଙ୍କ ଅବଦାନ ମଧ୍ୟ କମ ନୁହେଁ। ଦୁର୍ଲଭ କିସମର ଶହେରୁ ଅଧିକ ଲୋପ ପାଇଯାଉଥିବା ଦେଶୀ ଧାନକୁ ସେ ସଂରକ୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହା ସହ ଦୁର୍ଲଭ କିସମର କଳାଜୀରା ଧାନର ଉତ୍ପାଦନ କରି ବିଶ୍ୱ ଦରବାରରେ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ଏହି ଅବଦାନ ପାଇଁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନ ପାଇଁ ସେ ମନୋନୀତ ହୋଇଛନ୍ତି। ତେବେ ଏହି ଘୋଷଣା ହେବା ବେଳକୁ ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି। ଓଡ଼ିଶାର ତିନିତିନି ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରେ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.