Below header

ପୋଲିସ ମେଡାଲ : ୪୩ ଜଣ ପୋଲିସ କର୍ମଚାରୀଙ୍କୁ ପୋଲିସ ପଦକ

ଭୁବନେଶ୍ବର (କେନ୍ୟୁଜ୍) : ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଛି ରାଜ୍ୟସ୍ତରୀୟ ପୋଲିସ ସେବା ପଦକ। ୨୦୧୮ରେ ପୋଲିସ ଓ ଅଗ୍ନିଶମ ବିଭାଗର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪୩ଜଣ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ଜୟଦେବଭବନଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାଯ୍ୟର୍କ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେଇ ପୋଲିସ ଅଧିକାରୀ ମାନଙ୍କୁ ‘ପୋଲିସ ପଦକ’ରେ ସମ୍ମାନିତ କରିଛନ୍ତି ।

police 3

୨୦୧୮ରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ସେବା ପାଇଁ ୪୩ ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି ପୋଲିସ ପଦକ । ସାହସିକତା, ଉଲ୍ଲେଖନୀୟ ଓ ବିଶିଷ୍ଟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ୧୧ଜଣ ପୋଲିସ କର୍ମଚାରୀଙ୍କୁ ମିଳିଛି ସାହାସିକତା ପୋଲିସ ପଦକ । ସେହିପରି ବିଶିଷ୍ଟ ସେବା ନିମନ୍ତେ ୪ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ। ଉଲ୍ଲେଖନୀୟ ସେବା ପାଇଁ ୧୪ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ସେବା ନିମନ୍ତେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, ଆଇଜି ଅମିତାଭ ଠାକୁର ଓ ଭିଜିଲାନ୍ସ ଏସପି ସୁଧା ସିଂଙ୍କ ସମେତ ୧୪ ଜଣଙ୍କୁ ମିଳିଛି ରାଜ୍ୟପାଳ ପୋଲିସ ପଦକ।

police 2

ଅଗ୍ନିଶମ ବିଭାଗର ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇଥିବା ୫ଜଣ ଅଗ୍ନିଶମ କର୍ମଚାରୀଙ୍କୁ ରାଷ୍ଟ୍ରପତି ମେଡାଲ ପ୍ରଦାନ କରଯାଇଛି । ସେହିଳଭି ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟର ଭାବେ ଅମୂଲ୍ୟ କୁମାର ସମର୍ଥାଙ୍କୁ ମିଳିଛି ରାଷ୍ଟ୍ରପତି ସିଭିଲ ଡିଫେନ୍ସ ପଦକ । ଉଲ୍ଲେଖନୀୟ ସେବା ପାଇଁ ୩ଜଣଙ୍କୁ ମିଳିଛି ରାଷ୍ଟ୍ରପତି ଉଲ୍ଲେଖନୀୟ ପୋଲିସ ପଦକା ଜେଲ ବିଭାଗରେ ଦୁଇ ଜଣଙ୍କୁ ମିଳିଛି ପୋଲିସ ମେଡାଲ ।
ସେପଟେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବାପାଇଁ ଆସନ୍ତା ସ୍ୱାଧୀନତା ଦିବସରେ ୩୯ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନୀତ କରାଯିବ । ସେମାନଙ୍କ ନାମ ଆଜି ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.