ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର : ଏବେ ଫେସବୁକ ମେସେଞ୍ଜର ଦ୍ବାରା ପଠାଇପାରିବେ ହ୍ୱାଟ୍ସଆପ୍ ଓ ଇଂଷ୍ଟାଗ୍ରାମରେ ମେସେଜ

ନୂଆଦିଲ୍ଲୀ : ଏବେ ପୁଣି ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଫେସବୁକ୍। ଏନେଇ ଖୁବ ଶୀଘ୍ର ଆପଣ ଫେସବୁକ ମେସେଞ୍ଜରରୁ ସମସ୍ତ ସାଙ୍ଗଙ୍କୁ ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମରେ ମେସେଜ ପଠାଇ ପାରିବେ । ଏହି ସୁବିଧା ଦ୍ୱାରା ଗ୍ରାହକ ସିଧାସଳଖ ହ୍ୱାଟସାପରୁ ମେସେଞ୍ଜର ଓ ଇନଷ୍ଟାଗ୍ରାମରୁ ଅନ୍ୟ ଦୁଇଟି ସୋସିଆଲ୍ ପ୍ଲାଟଫର୍ମରେ ମେସେଜ ପଠାଇ ପାରିବେ । କାରଣ ଖୁବ୍ ଶୀଘ୍ର ଫେସବୁକ ନିଜର ଏହି ତିନୋଟି ସୋସିଆଲ ମିଡିଆ ଆପକୁ ଯୋଡିବା ପାଇଁ ପ୍ରସ୍ତୁତି କରିସାରିଲେଣି ।

facebook-instagram

ସୂଚନା ମୁତାବକ, ଫେସବୁକ ସିଇଓ ମାର୍କ ଜୁକରବର୍ଗ ନିକଟରେ କହିଥିଲେ, ପରସ୍ପର ଯୋଡିଯିବା ପରେ ମେସେଂଜର, ହ୍ୱାଟ୍ସଆପ ଓ ଇଂଷ୍ଟାଗ୍ରାମରେ କ୍ରସ ମେସେଞ୍ଜିର ସୁବିଧା ମିଳିପାରିବ । ତେବେ ଏଥିପାଇଁ ଆପ ଗୁଡ଼ିକରେ କୌଣସି ପ୍ରକାରର ପରିବର୍ତ୍ତନ ହେବ ନାହିଁ।
ରିପୋର୍ଟରେ କୁହାଯାଇଛି ଯେ, ଫେସବୁକ ଏହି ସୁବିଧାକୁ ଆରମ୍ଭ କରିବା ତାରିଖ ଘୋଷଣା କରି ନାହିଁ। ତେବେ ୨୦୧୯ଶେଷରୁ ୨୦୨୦ ଆରମ୍ଭ ମଧ୍ୟରେ ଫେସବୁକ ଏହି ସୁବିଧାକୁ ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

ଏହି ଫିଚର ଦ୍ୱାରା ଫେସବୁକକୁ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ବଢିଯିବ ବୋଲି ଜଣାପଡ଼ିଛି। ଏହା ଦ୍ବାରା ଗ୍ରାହକ ମାନେ ଗୁଗୁଲ ମେସେଜିଂ ସର୍ଭିସ ଓ ଆପଲର ଆଇ ମେସେଜ ଟକ୍କରକୁ ଚ୍ୟାଲେଞ୍ଜ ଦେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.