ପାଇକ ବିଦ୍ରୋହ ଓ ସ୍ମାରକୀ ନିର୍ମାଣ ପ୍ରସଙ୍ଗ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଭିନ୍ନ ଦଳର ନେତା

ଭୁବନେଶ୍ବର(କେନ୍ଯୁଜ୍) : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟିଲେ ବିଭିନ୍ନ ଦଳର ନେତା। ବରୁଣେଇରେ ପାଇକ ବିଦ୍ରୋହ ଓ ସ୍ମାରକୀ ନିର୍ମାଣ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରମୁଖ ମହେଶ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି।
ବକ୍ସିଜଗବନ୍ଧୁ ସ୍ମାରକୀ ପାଇଁ କେନ୍ଦ୍ର ୧୦୦ କୋଟି ଦେଇଛି। ଇଣ୍ଡିଆନ୍ ଅଏଲ୍ ଦେଇଛି ୯୦ କୋଟି ଟଙ୍କା। ହେଲେ ରାଜ୍ୟ ସରକାର ଏଯାଏ ସ୍ଥାନ ଯୋଗାଇଦେଇନାହାନ୍ତି ବୋଲି ମହେଶ ଶର୍ମା ଅଭିଯୋଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ସୁର ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳ ନୁହେଁ ଆମେ ସବୁ ପାଇକ ଏକାଠି ହେବୁ।