ମହଙ୍ଗା ପଡିଲା କମେଣ୍ଟ କରିବା, ରୋଡ୍ ରୋମିଓକୁ ଗୋଡେଇ ଗୋଡେଇ ଠେଙ୍ଗାରେ ପିଟିଲେ ଛାତ୍ରୀ

ମହଙ୍ଗା ପଡିଲା କମେଂଟ୍ ମାରିବା । ରୋଡ୍ ରୋମିଓକୁ ଠେଙ୍ଗାରେ ପିଟିଲେ ଛାତ୍ରୀ । କଲେଜ୍ ପରିସର ମଧ୍ୟରେ ଯୁବକକୁ ଗୋଡେଇ ଗୋଡେଇ ପିଟିଲେ ଛାତ୍ରୀମାନେ । ଜୀବନ ବଂଚାଇବାକୁ କୌଣସି ପ୍ରକାରରେ ଅଭିଯୁକ୍ତ ଜଣକ ପାଚେରୀ ଡେଇଁ ପଳାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଘଟଣାଟି ହେଉଛି ଉତ୍ତରପ୍ରଦେଶର ଧର୍ମ ସିଂହ ଇଣ୍ଟର କଲେଜର । ଅଭିଯୋଗ ଯେ ଅଧିକାଂଶ ସମୟରେ ଅଭିଯୁକ୍ତ ଯୁବକ ଜଣକ ଛାତ୍ରୀ ମାନଙ୍କୁ ଅଶ୍ଳୀଳ କଂମେଟ୍ କରିବା ସହ ଅସଦାଚରଣ କରୁଥିଲା । କଲେଜକୁ ଯିବା ପାଇଁ ଛାତ୍ରୀମାନେ ଭୟ କରୁଥିଲେ । ତେବେ ଦିନେ କମେଂଟ୍ କରିବା ସହ ଅସଦାଚରଣ କରିବା ପାଇଁ କଲେଜ୍ ଭିତରକୁ ପଶି ଆସିଥିଲା । ଏଥିରେ ଉତ୍ୟକ୍ତ ଛାତ୍ରୀ ମାନେ ଗେଟ୍ ବନ୍ଦ କରିଦେଲେ । ଆଉ ଯୁବକ ଜଣକୁ ଘେରି ଯାଇ ଠେଙ୍ଗାରେ ପିଟିଥିଲେ ।

ଏହା ମଧ୍ୟରେ ଯୁବକ ଜଣକ ଗେଟ୍ ବାହାରକୁ ଯିବା ପାଇଁ ଅନେକ ଥର ପ୍ରୟାସ କରିଥିଲା । କିନ୍ତୁ ପ୍ରତ୍ୟେକ ଥର ଛାତ୍ରୀ ମାନେ ତାକୁ ଯିବାକୁ ନଦେଇ ଜୋରଦାର ପିଟୁଛନ୍ତି ବୋଲି ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହି ସମୟର ଭିଡିଓକୁ କିଛି ଛାତ୍ରୀ ନିଜ ମୋବାଇଲରେ ରେକର୍ଡିଂ କରିନେଇଥିଲେ, ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଅଭିଯୁକ୍ତ ଜଣକର ନାଁ କପିଲ୍ ବୋଲି ଜଣା ପଡିଛି, ଯିଏ କି କଲେଜ୍ କମିଟିର ପ୍ରବନ୍ଧକଙ୍କ ପୁଅ ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.