Below header

ତାଜମହଲ ଦେଖିବା ହେଲା ମହଙ୍ଗା, ୫୦ ଜାଗାରେ ଦେବାକୁ ପଡ଼ିବ ୨୫୦ ଟଙ୍କା

ଆଗ୍ରା : ଦୁନିଆର ସପ୍ତଶ୍ଚର୍ଯ୍ୟ ମଧ୍ୟରେ ରହିଛି ଭାରତର ତାଜମହଲ। ଏହାକୁ ପ୍ରେମର ପ୍ରତିକ ମଧ୍ୟ କୁହାଯାଇଥାଏ। ଏବେ ଏହି ସପ୍ତାଶ୍ଚର୍ଯ୍ୟକୁ ଦେଖିବା ହୋଇଛି ମହଙ୍ଗା। ୧୦ ଡ଼ିସେମ୍ବରରୁ ନୂଆ ନିୟମ ଲାଗୁ ଦେବାକୁ ଯାଉଛି ଯେଉଁଥିରେ ତାଜମହଲ ଦେଖିବା ପାଇଁ ଆପଣଙ୍କୁ ୫୦ ଟଙ୍କା ବଦଳରେ ୨୫୦ ଟଙ୍କା ଦେବାକୁ ପଡ଼ିବ। ଏସଏସଆଇ ଦ୍ବାରା ତାଜମହଲରେ ଭିଡ଼ର ପ୍ରବନ୍ଧକୁ ନଜରରେ ରଖି ଏହି ଟିକେଟ ବ୍ୟବସ୍ଥା ଲାଗୁ କରାଯାଇଛି।

taj-mahal

ସୂଚନା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବଦେଶୀ ପର୍ଯ୍ୟଟକଙ୍କୁ ୫୦ ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ୧୧୦୦ଟଙ୍କାରେ ତାଜମହଲ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ତାହା ବଢ଼ି ୨୫୦ ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୧୩୦୦ ଟଙ୍କା ରଖାଯାଇଛି। ଏହି ମୂଲ୍ୟକୁ ଶାହାଜାନ୍ ଏବଂ ମୁମତାଜ୍ ପାଖ କବର ପାଖ ମୁଖ୍ୟ ଗମ୍ବୁଜ ପର୍ଯ୍ୟନ୍ତ ଯିବା ପାଇଁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.