Below header

ଫସିଗଲେ ପ୍ୟାରିସ ବେକେରୀ ମାଲିକ

ଭୁବନେଶ୍ବର (କେନ୍ଯୁଜ୍) : ପ୍ୟାରିସ ବେକେରୀ ମାଲିକଙ୍କ ନାଁ ରେ ସାଙ୍ଘାତିକ୍‌ ଅଭିଯୋଗ । ସଂସ୍ଥା ପାଇଁ ସାମଗ୍ରୀ ନେଇ ଦେଉନାହାନ୍ତି ଟଙ୍କା । ଏନେଇ କିଛି ସପ୍ଲାୟର ଭୁବନେଶ୍ୱର ନୟାପଲ୍ଲୀ  ଥାନାରେ ପ୍ୟାରିସ ବେକେରୀ ମାଲିକ ଜୟନାରାୟଣ ପୂଜାପଣ୍ଡା, ତାଙ୍କ ପତ୍ନୀ ନିର୍ଦ୍ଦେଶିକା ରାଜଲକ୍ଷ୍ମୀ ମହାସୁଆର ଓ ଆଉ ଜଣେ ନିର୍ଦ୍ଦେଶକଙ୍କ ନାମରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ଚୁକ୍ତି ମୁତାବକ ସପ୍ଲାୟରମାନଙ୍କ ଠାରୁ ସାମଗ୍ରୀ ନେଉଥିଲେ ଜୟନାରାୟଣ ପୂଜାପଣ୍ଡା । ହେଲେ ଗତବର୍ଷ ନଭେମ୍ବରରୁ ଟଙ୍କା ଦେବାରେ ଖିଲାପ୍‌ କରିବା ଆରମ୍ଭ କରିଥିଲେ । ପରେ ଫେବ୍ରୁଆରୀରୁ ସପ୍ଲାୟରମାନଙ୍କୁ ବାକି ଟଙ୍କା ଦେବା ବନ୍ଦ କରିଦେଇଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପ୍ୟାରିସ ବେକେରୀ ବନ୍ଦ କରି ଜୟନାରାୟଣ ପୂଜାପଣ୍ଡା ଓ ତାଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ପଣ୍ଡା କୁଆଡେ ଫେରାର୍‌ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.