ରେଖାଙ୍କ ଜୀବନର ରହସ୍ଯ, ନିଜେ ତିଆରି କରିଥିବା ଘରେ ରହିଛନ୍ତି କଏଦ୍

ମୁମ୍ବାଇ : ବଲିଉଡ଼ର ଏପରି ଜଣେ ନାୟିକା ଯାହାଙ୍କର ଜୀବନ ଏକ ଖୋଲା ବହି। ୭୦ଦଶକର ବିନଦାସ ଏବଂ ଖୋଲାମନ ଅଭିନେତ୍ରୀ ରେଖା ଆଜି ନିଜ ଘରେ କଏଦ୍ ରହୁଛନ୍ତି। ଏହାକୁ ଆପଣ ରେଖାଙ୍କ ଭଳି ହିଁ ସୁନ୍ଦର ରହସ୍ଯ ମଧ୍ୟ କହିପାରିବେ ଯାହା ଭିତରେ ନିଜର ଅଧୁରା ଏବଂ ଅପୂରଣ ସ୍ବପ୍ନକୁ ସଜାଇ ରଖିଥାନ୍ତି। ତାଙ୍କ ପ୍ରଶଂସକଙ୍କ ମନରେ ସେହି ବିଷୟରେ ଜାଣିବାର ଇଛା ରହିଥିଲେ ମଧ୍ୟ ରେଖା ନିଜର ମୁହଁ ବନ୍ଦ ରଖିଛନ୍ତି।

ରେଖା ଅଭିନେତ୍ରୀ ଭାବେ ସଫଳତାର ଶିଖରରେ ରହିଥିବା ବେଳେ ମନରେ ଜଣେ ମହିଳା ଭଳି ଭରି ରହିଥିଲା ଅସାର ସ୍ବପ୍ନ। ଏହା ବହୁତ ଆଶ୍ଚର୍ଯ୍ଯକର କଥା କି, ନିଜର ଅଭିନୟ ଦ୍ବାରା ଲୋକଙ୍କ ମନ ଜିତିଥିବା ବେଳେ ନିଜ ମନରେ ଥିବା ସ୍ବପ୍ନ କିନ୍ତୁ ସାକାର କରିପାରିନଥିଲେ। ତାଙ୍କର ମନରେ ଥିବା ମଣିଷ ହିଁ ତାଙ୍କ ମନ ଭାଙ୍ଗି ଚାଲି ଯାଇଥିଲେ।

rekha-amitabh

ରେଖା ଏବଂ ଅମିତାଭଙ୍କ ସଂପର୍କ ଦୂରତାରୁ ହିଁ ଆରମ୍ଭ ହୋଇଥିଲା। ଦୁହିଁଙ୍କୁ ଏକା ସାଙ୍ଗରେ ନମକହରାମ ଫିଲ୍ମରେ ଦେଖିବାକୁ ମିଳିଥିବା ବେଳେ ଦୁହିଁଙ୍କୁ ଏକା ସାଙ୍ଗରେ କେବଳ ଗୋଟିଏ ସିନରେ ଦେଖିବାକୁ ମିଳିଥିଲା। ତେବେ ଜୟା ଭାଦୁଡ଼ି ଏବଂ ଅମିତାଭଙ୍କ ସଂପର୍କ ବିଷୟରେ ମଧ୍ୟ ରେଖା ଅବଗତ ଥିଲେ। ଏପରିକି ଜୟାଙ୍କ ପ୍ରେମିକ ଭାବେ ଅମିତାଭଙ୍କୁ ଜାଣିଥିଲେ ରେଖା। ତେବେ ସେତେବେଳେ କାହାକୁ ବା ଜଣାଥିଲା ଆଗକୁ ଯାଇ ଏପରି ହେବ କି ତିନି ଜଣଙ୍କୁ ଏକା ସାଙ୍ଗରେ ଠିଆ ହେବା ଅସୁବିଧା ହୋଇଯିବ ।

ami rekha

ରେଖା ଏବଂ ଅମିତାଭଙ୍କ ସଂପର୍କକୁ ନେଇ ମିଡ଼ିଆରେ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ଦୁହେଁ ସବୁବେଳେ ଏନେଇ ଚୁପ ରହିଛନ୍ତି। ରେଖା କେତେକ ଇଣ୍ଟରଭ୍ଯୁରେ ଏ ବିଷୟରେ କହିଥିବା ବେଳେ ବିଗ ବି ସବୁବେଳେ ନିଜର ପାଟି ବନ୍ଦ ହିଁ ରଖିଛନ୍ତି। ତେବେ ମିଡ଼ିଆରେ ତାଙ୍କ ସଂପର୍କ ବିଷୟରେ ଚର୍ଚ୍ଚା ହେବା ପରେ ବଚ୍ଚନ ପରିବାର ଏବଂ ରେଖାଙ୍କ ମଧ୍ୟରେ ଆହୁରି ଦୂରତା ବଢ଼ି ଯାଇଛି। ଦୂରତା ଏପରି ବଢ଼ିଲା କି, କିଛି ବର୍ଷ ପୂର୍ବେ ଅମିତାଭ ଜୀବନ ଏବଂ ମରଣ ମଧ୍ୟରେ ଲଢ଼ୁଥିବା ବେଳେ ମଧ୍ୟ ରେଖା ତାଙ୍କୁ ଡାକ୍ତରଖାନାକୁ ଦେଖା କରିବାକୁ ଯାଇନଥିଲେ।

ତେବେ ରେଖାଙ୍କ ଜୀବନରେ ଅମିତାଭ ଜଣେ ପରଫେକ୍ଟ ମ୍ଯାନ୍ ହିସାବରେ ରହିଛି। ଏହା ସବୁବେଳେ ସମସ୍ତ ସ୍ଥାନରେ କହିଛନ୍ତି ରେଖା। ଅମିତାଭଙ୍କ ସହ ତାଙ୍କ ସଂପର୍କ ତାଙ୍କୁ ଜୀବନରେ ନିଜର ଗୁରୁତ୍ବ ନେବା ଶିଖାଇଥିଲା। ଏଣୁ ସବୁବେଳେ ରେଖା ଅମିତାଭଙ୍କୁ ଗଭୀର ସମ୍ନାନ  ଜଣାଇଥାନ୍ତି। ଏମିତି ବି କୁହାଯାଏ ସେ ମାନସିକ ସ୍ତରରେ ତାଙ୍କୁ ନିଜ ସ୍ବାମୀ ରୂପେ ଗ୍ରହଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.