ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର, କାଲିଠୁ ବୁଥ୍ ଯିବେ ପୋଲିଂ ପାର୍ଟି

ଭୁବନେଶ୍ୱର(କେନ୍ୟୁଜ) : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର । କାଲିଠୁ ବୁଥ୍ ଯିବେ ପୋଲିଂ ପାର୍ଟି । ବାଲଟ୍ ପେପର୍ ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାସ୍ତରରେ ଘନ ଘନ ବୈଠକ ବସୁଛି । ପୋଲିସ ଚଳାଇଛି ଫ୍ଲାଗମାର୍ଚ୍ଚ । ପ୍ରଥମ ପର୍ଯ୍ୟାୟରେ ୨୦୨ ଜିଲ୍ଲା ପରିଷଦ ଜୋନରେ ଭୋଟ୍ ନିଆଯିବ ।

ସେପଟେ ନକଲି ଭୋଟରଙ୍କୁ କଡ଼ା ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ନିର୍ବାଚନ ବେଳେ କେହି ନକଲି ଭୋଟର ଧରା ପଡ଼ିଲେ ପୋଲିସ ଜିମା ଦିଆଯିବ ।

ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । କାଲି ଥମିଯିବ ପ୍ରଚାର । ଭିନ୍ନ ଭିନ୍ନ ବୁଥ୍ ପାଇଁ ବାକ୍ସରେ ଭର୍ତ୍ତି କରାଯାଉଛି ବାଲଟ୍ ପେପର୍ ।

ପ୍ରସ୍ତୁତ ରହିଛି ଷ୍ଟ୍ରଙ୍ଗ ରୁମ୍। ପୋଲିଂ ବୁଥ୍ରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ଦିଆଯାଇଛି ତାଲିମ । ଅବାଧ ଓ ନିରପେକ୍ଷ ମତଦାନ ତାଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.