Below header

ଜୟୀଙ୍କ ପରେ ପପୁ : ଭାଇରାଲ ହେଲା ମୃତ୍ୟୁ ଖବର, ଭିଡ଼ିଓରେ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ବର (କେନ୍ଯୁଜ୍) : ସୋସିଆଲ ମିଡ଼ିଆ ଲୋକଙ୍କ ପାଖକୁ ଆଣିବା ସହ ମିଥ୍ଯ ଖବର ବ୍ଯାପିବାର ଏକ ପ୍ଲଟଫର୍ମ ପାଲଟିଛି। ଗତ ବର୍ଷ ଓଲିଉଡ଼ ଜୟୀଙ୍କ ମୃତ୍ୟୁ ଖବର ଭାଇରାଲ ହେବା ପରେ  ଏବେ ହାସ୍ଯ ଅଭିନେତା ପପୁଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ନିଜର ମୃତ୍ୟୁ ଖବର ବୁଲୁଥିବା ଶୁଣିବା ପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ଼ ଷ୍ଟାର ପପୁ ପମ୍‌ପମ୍‌ । ସେ କହିଛନ୍ତି, ମୁଁ ନିୟମିତ ଚେକିଂ ପାଇଁ ଦିଲ୍ଲୀ ଏମ୍‌ସକୁ ଯାଇଥିଲି । ମୁଁ ମରି ନାହିଁ । ଆପଣଙ୍କ ସହ ଥିଲି, ଅଛି ଏବଂ ରହିବି । ଏହା ତିନି ମାସ ପୂର୍ବରୁ ମଧ୍ୟ ପପୁଙ୍କ ମାରିବା ଖବର ଭାଇରାଲ ହୋଇଥିଲା। ଏପରି ଅପପ୍ରଚାର ବାରମ୍ବାର କରୁଥିବା ବ୍ଯକ୍ତିଙ୍କୁ ପପୁଙ୍କ ପ୍ରଶଂସକ କହିଛନ୍ତି ଏଭଳି ମରିବା ଖବର ଭାଇରାଲ କରିବା ଦ୍ବାରା ପପୁଙ୍କର କିଛି ହେଉନାହିଁ ବରଂ ସେ ଦୀର୍ଘାୟୁ ହେଉଛନ୍ତି।

କଠୋର କାର୍ଯାନୁଷ୍ଠାନ ଦରକାର

ପୂର୍ବରୁ ଏହିଭଳି ବରିଷ୍ଠ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କ ନାଁରେ ଏଭଳି ଅପପ୍ରଚାର କରାଯାଇଥିଲା । ସୋସିଆଲ ମିଡିଆ ଉପରେ ଅଙ୍କୁଶ ନଥିବାରୁ ଏଭଳି କରିବାକୁ ସାହସ କରୁଛନ୍ତି କିଛି ଲୋକ । ଏମିତିକି ମଣିଷ ସମାଜରେ ରହି ନିଜର ମାନବିକତା ଭୁଲି ଯାଉଛନ୍ତି । ସେମାନେ ଭାବି ପାରୁନାହାନ୍ତି ଯେ ଗୋଟିଏ ଖବର କିଭଳି ଜଣେ ବ୍ୟକ୍ତି ସମେତ ତାର ସମ୍ପର୍କୀୟ, ବନ୍ଧୁବର୍ଗ ଓ ପରିବାର ଉପରେ ପ୍ରଭାବ ପକାଏ । ଏଭଳି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.