Below header

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଉଦଘାଟନ କାଲି, ଜାଣନ୍ତୁ କଣ ଏହି ବ୍ୟବସ୍ଥା

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ସାରା ଦେଶ ଡାକ ଘରେ ମିଳିବ ବ୍ୟାଙ୍କ ଭଳି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ବ୍ୟବସ୍ଥାକୁ କାଲି ଅପରାହ୍ନ ୨.୩୦ ଏକସଂଗେ ଉଦଘାଟନ କରିବେ । ଏହି ବ୍ୟାଙ୍କରେ ଗ୍ରାହକମାନେ ‘ଜିରୋ’ ବାଲାନ୍ସରେ ସଞ୍ଚୟ ଓ ଚାଲୁ ଖାତା ଖୋଲି ପାରିବେ । ସଞ୍ଚୟ ଖାତାରେ ଜମା କଲେ ୪ ପ୍ରତିଶତ ସୁଧ ମିଳିବ । ବ୍ୟାଙ୍କରୁ ବ୍ୟାଙ୍କକୁ ଟଙ୍କା ଟ୍ରାନସଫର ସୁବିଧା ସହ ମନରେଗା, ସ୍କଲାରସିପ, ସରକାରୀ ସବସିଡି ଓ ଅନ ସାମାଜିକ କଲ୍ୟାଣ ଲାଭ ପାଇ ପାରିବେ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରୁ ଏଟି,ମ୍ ଭଳି ମିଳିବ କ୍ୟୁଆର୍ କାର୍ଡ଼ । ଯାହା ଏଟିଏମ୍ କାର୍ଡ଼ଠାରୁ ଶତପ୍ରତିଶତ ସୁରକ୍ଷିତ । କାର୍ଡ଼ର ନମ୍ବର କେହି ଜାଣିଗଲେ ମଧ୍ୟ ସେଥିରୁ ଟଙ୍କା ଉଠାଇ ପାରିବ ନାହିଁ । କାରଣ ଯାହା ନାଁରେ କାର୍ଡ଼ ଥିବ ଟଙ୍କା ଉଠାଇଲା ବେଳେ ତାର ଟିପଚିହ୍ନ ଦରକାର ହେବ । ତେଣୁ ଟଙ୍କା ହଡ଼ପର ବିପଦ ନାହିଁ । ବିଶେଷ କରି କ୍ଷୁଦ୍ର ଜମାକାରୀଙ୍କ ସୁବିଧା ପାଇଁ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କଙ୍ଗ ବ୍ୟବସ୍ଥାର ପ୍ରସାର ଲାଗି ଏହି ଯୋଜନା କରାଯାଇଛି ।

ଭୁବନେଶ୍ବରରେ କାର୍ଯକ୍ରମ

ଏହି ଅବସରରେ ଆସନ୍ତାକାଲି ଅପରାହ୍ନ ୨.୩୦ ମିନିଟରେ ଭୁବନେଶ୍ବର ପିଏମଜିରେ ଏକ ସ୍ବତନ୍ତ୍ର କାର୍ଯକ୍ରମର ଆୟୋଜନ କରାଯାଉଛି । ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଖ୍ୟ ଅତିଥି ଭାବେ ଯୋଗ ଦେବେ । ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପଦ୍ମଶ୍ରୀ କୁମକୁମ୍ ମହାନ୍ତି, ସିପିଏମଜି ଡ. ସନ୍ତୋଷ କୁମାର କାମିଲା ଏବଂ ଡିପିଏସ୍ ଜି. ଗୁରୁନାଥନ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ବୋର କାର୍ଯକ୍ରମ ରହିଛି । ତେବେ ଆଜି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ବ୍ୟବସ୍ଥା ମହାରାଷ୍ଟ୍ରର ନାଗପୁରରେ ଉଦଘାଟନ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.