Below header

ବେଶ୍ୟାବୃତ୍ତିକୁ ଠେଲି ହୋଇଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ : ଜାଣନ୍ତୁ କେମିତି ଥିଲା ଶେଷ ଜୀବନ

ସିନେ ଦୁନିଆ ବାହାରକୁ ଦେଖାଯାଏ ଖୁବ୍ ସୁନ୍ଦର । ଏହାର ଚମକରେ ଚମକିଛନ୍ତି ଅନେକ ସେଲିବ୍ରିଟି । ଆଉ ଅମାବାସ୍ୟାର ଅନ୍ଧାରରେ ଲୁଚି ଯାଇଛନ୍ତି କିଛି ତାରକା । ଦିନେ ଲୋକପ୍ରିୟତାର ଶୀର୍ଷରେ ଥିବା ଷ୍ଟାର୍ ଶେଷ ସମୟରେ ହୋଇଯାଇଥାନ୍ତି ନିସଃଙ୍ଗ। ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏମିତି କିଛି ଘଟଣା ଘଟିଥାଏ ଯାହା ଆମକୁ ଭାବିବାକୁ ବାଧ୍ୟ କରିଥାଏ ।

ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି ନିଶା ନୁର୍ । ଏହି ଅଭିନେତ୍ରୀଙ୍କ ନାମ ଆପଣ ମାନେ ହୁଏତ ଜାଣିନଥିବେ । ହେଲେ ୮୦ ଦଶକରେ ଦକ୍ଷିଣ ଭାରତରେ ନିଶା ଥିଲେ ଜଣେ ସଫଳ ଅଭିନେତ୍ରୀ । ନିଶା ଲୋକପ୍ରିୟତା ଏପରି ଥିଲା ଯେ କମଲ୍ ହାସନ୍ ଓ ରଜନୀକାନ୍ତଙ୍କ ଭଳି ଅଭିନେତା ତାଙ୍କ ସହ କାମ କରିବାକୁ ଚାହୁଁଥିଲେ । ଅନେକ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିଛନ୍ତି ନିଶା । ହେଲେ ଏହି ଅଭିନେତ୍ରୀଙ୍କ ଜୀବନର ଶେଷ ସମୟ ଥିଲା ଅତ୍ୟନ୍ତ ଶୋଚନୀୟ ଏବଂ ନିସଃଙ୍ଗ। ଆଉ ଏହି ଅବସ୍ଥାରେ ହିଁ ସେ ନିଜ ଜୀବନକୁ କହିଥିଲେ ଅଲବିଦା ।

nisha noorକୁହାଯାଏ, ନିଶାଙ୍କୁ ଧୋକ୍କାରେ ବେଶ୍ୟାବୃତ୍ତିକୁ ଠେଲି ଦେଇଥିଲେ ଜଣେ ପ୍ରଯୋଜକ । ଯାହା ପରଠାରୁ ସମସ୍ତେ ତାଙ୍କଠାରୁ ଦୁରେଇ ଯାଇଥିଲେ । ଏହା ପରେ ଧୀରେ ଧୀରେ ସିନେମା ଦୁନିଆ ଅଲବିଦା କହିଥିଲେ ନିଶା ।

କୁହାଯାଏ କିଛି ଲୋକ ନିଶାଙ୍କୁ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଦିନେ ରାସ୍ତା କଡରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଉ ସେଠାରେ ଜଣା ପଡିଥିଲା ନିଶାଙ୍କୁ ଏଡ୍ସ ହୋଇଛି ବୋଲି । ଖବର ଅନୁଯାୟୀ, ନିଶାଙ୍କୁ ଯେତେବେଳେ ଉଦ୍ଧାର କରାଯାଇଥିଲା ସେତେବେଳେ ତାଙ୍କ ଶରୀରରେ ପୋକ ହୋଇଯାଇଥିଲା । ୨୦୦୭ରେ ନିଶା ସୁବଦିନ ପାଇଁ ଆଖି ବୁଜିଥିଲେ । ଆଉ ସବୁଠାରୁ ଦୁଃଖର କଥା ହେଉଛି ମୃତ୍ୟୁ ସମୟରେ ମଧ୍ୟ କେହି ନିଶାଙ୍କ ନିକଟରେ ନଥିଲେ । ଏପରିକି ଯେଉଁ ନିର୍ମାତା, ନିର୍ଦ୍ଦେଶକ ଓ ନାୟକମାନେ ନିଶାଙ୍କ ସହ କାମ କରିବାକୁ ଚାହୁଁଥିଲେ ସେମାନେ ମଧ୍ୟ ମୁହଁ ବୁଲାଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.