ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ

ନୂଆଦିଲ୍ଲୀ : ୬ କୋଟି ଟପିଲା ଆଇଟି ରିଟର୍ଣ୍ଣ ଦାଖଲ  । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ । ଏହାକୁ ଏକ ମାସ ପାଇଁ ବୃଦ୍ଧି କରି ଅଗଷ୍ଟ ୩୧ କରାଯାଇଥିଲା । କେବଳ କେରଳବାସୀଙ୍କ ପାଇଁ ଏହା ଆଉ ୧୫ ଦିନ ବୃଦ୍ଧି କରାଯାଇଛି । ଭୟାବହ ବନ୍ୟା ଯୋଗୁଁ କେରଳବାସୀଙ୍କୁ ଆଉ ୧୫ ଦିନ ମହଲତ ଦିଆଯାଇଛି । ସେମାନଙ୍କ ପାଇଁ ସେପଟେମ୍ବର ୧୫ ତାରିଖକୁ ଆଇଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଯାହାର ବାର୍ଷିକ ଆୟ ୨ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ସେମାନେ ଆଇଟି ରିଟର୍ଣ୍ଣ ଫାଇଲ କରିବାକୁ ବାଧ୍ୟ ।

ସିନିୟର ସିଟିଜେନ୍‌ଙ୍କ ପାଇଁ ଏହା ୩ ଲକ୍ଷ ଏବଂ ସୁପର ସିନିୟର ସିଟିଜେନ୍‌ଙ୍କ ପାଇଁ ୫ ଲକ୍ଷ । ଆଜି ସୁଦ୍ଧା ରିଟର୍ଣ୍ଣ ଫାଇଲ ନଭରିଲେ ଜରିମାନା ଦେବାକୁ ପଡିବ । ଜରିମାନ ପରିମାଣ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ତେବେ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ତଳକୁ ଥିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.