Below header

ନିଆଁ ଭଳି ବଢ଼ୁଛି ପେଟ୍ରୋଲ ଦର : ଗ୍ରାହକ କରିଛନ୍ତି ଅସନ୍ତୋଷ ପ୍ରକାଶ

ଭୁବନେଶ୍ବର (କେନ୍ୟୁଜ୍) : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢି ଚାଲିଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୫୨ ପଇସା ଏବଂ ଡିଜେଲ ଦର ୭୦ ଟଙ୍କା ୨୧ ପଇସା ରହିଛି । ପେଟ୍ରୋଲ ଦର ୨୨ ପଇସା ଏବଂ ଡିଜେଲ ଦର ୨୮ ପଇସା ବୃଦ୍ଧି ହୋଇଛି । ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ଟପିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୭୭ ଟଙ୍କା ୨୮ ପଇସା ରହିଛି । ଅନ୍ୟପଟେ ଦର ହ୍ରାସ ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଥିବା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆହୁରି ପଢ଼ନ୍ତୁ : ଆସୁଛି ପୋର୍ଟେବଲ୍ ପେଟ୍ରୋଲ୍ ପମ୍ପ : ଲଗାଇବା ପାଇଁ ଜାଣନ୍ତୁ କେମିତି କରିବେ ଆବେଦନ

ପୁଣି ତେଲ ବୋଝକୁ ନେଇ ଗ୍ରାହକ ଅସନ୍ତୋଷ । ବୈଳ ଦର ବୃଦ୍ଧିକୁ ନେଇ ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଛି । ତୈଳ ଦର ବୃଦ୍ଧି ସିଧାସଳଖ ଗାଡ଼ି ଚାଳକଙ୍କ ପକେଟ୍ ଉପରେ ପ୍ରଭାବ ପକାଇଥିବାବେଳେ ଦରଦାମ ବୃଦ୍ଧିର ଆଶଙ୍କା ମଧ୍ୟ ବଢିଛି । ବ୍ରହ୍ମପୁରରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.