ଅଭିନେତ୍ରୀ ଫୁଟାଇଲେ ପାୱାର ବ୍ୟାଙ୍କ, ଦିଲ୍ଲୀ ବିମାନ ବନ୍ଦରରେ ଖେଳିଗଲା ଭୟର ବାତାବରଣ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରେ ଧମାକା । ଆଜ୍ଞା ଡରି ଯାନ୍ତୁ ନାହିଁ । ବିସ୍ଫୋରଣ ବେଶି ବଡ଼ ନଥିଲା । ହୋଇଥିଲା ଗୋଟିଏ ପାୱାର ବ୍ୟାଙ୍କରୁ । ସୁରକ୍ଷା କର୍ମୀ ୫୫ ବର୍ଷର ଜଣେ ମହିଳାଙ୍କ ବ୍ୟାଗ ଯାଞ୍ଚ କରୁଥିବା ବେଳେ ସେଥିରୁ ପାୱାର ବ୍ୟାଙ୍କଟି ମିଳିଥିଲା । ଏହାକୁ ସାଙ୍ଗରେ ନେବାକୁ ମନା କରିବାରୁ ମିହିଳା ଜଣକ ପାୱାର ବ୍ୟାଙ୍କକୁ ଫିଙ୍ଗି ଦେଇଥିଲେ । ତେବେ ଫିଙ୍ଗି ଦେବା ପରେ ଏହା ଜୋରରେ ଫୁଟିଥିଲା । ଭୟରେ ଉପସ୍ଥିତ ଲୋକେ ଦୌଡ଼ାଦୌଡ଼ି କରିଥିଲେ । ଏହା ପରେ ମହିଳାଙ୍କୁ ଗିରଫ କରିଥିଲା ପୋଲିସ୍ । ପରେ ଛାଡ଼ି ଦେଇଥିଲା । ମହିଳା ଜଣକ ଜଣେ ଫିଲ୍ମ ଅଭିନେତ୍ରୀ ବୋଲି ଜଣାପଡ଼ିଛି । କିନ୍ତୁ ତାଙ୍କ ପରିଚୟ ଦେବାକୁ ପୋଲିସ୍ ମନା କରି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.