ହକି ବିଶ୍ବକପ୍ ପୂର୍ବରୁ ବଦଳିବ ରାଜଧାନୀ ଚେହେରା

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର ମହାନଗର ନିଗମ ପାଳନ କରିଛି ୭୦ ତମ ସ୍ୱାୟତ୍ତ ଶାସନ ଦିବସ । ଗତ କିଛିଦିନ ତଳେ ପ୍ରବଳ ବର୍ଷା ଯୋଗୁଁ ସହରରେ ଦେଖା ଦେଇଥିବା କୃତ୍ରିମ ବନ୍ୟା ପାଇଁ ଚଳିତ ବର୍ଷ ବିଏମସି ନିରାଡମ୍ବର ଭାବେ ଏହି ଦିବସକୁ ପାଳନ କରୁଛି । ଆସନ୍ତା ବର୍ଷ ସ୍ମାର୍ଟ ସିଟି ଭୁବନେଶ୍ବର ପାଇଁ ବହୁ ସ୍ୱପ୍ନ ସାକାର କରିବା ବାକି ଅଛି ବୋଲି ଏହି ଅବସରରେ ଅତିଥିମାନେ କହିଛନ୍ତି । ବିଶେଷ ଭାବେ ଚଳିତ ବର୍ଷ ସ୍ମାର୍ଟ ସିଟିରେ ହକି ବିଶ୍ବକପ୍ ଆୟୋଜିତ ହେଉଥିବାରୁ ସହରର ସ୍ବଚ୍ଛତା, ସଫାଇ ଓ ଡ୍ରେନେଜ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥିତ କରିବା ନେଇ ଜୋରସୋରରେ କାମ ଚାଲିଛି । ଏବର୍ଷ ବିଏମସିର ପକ୍ଷରୁ କରାଯାଉଥିବା ମୁଖ୍ୟ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ରାଜଧାନୀବାସୀଙ୍କୁ ଜଳବନ୍ଦୀରୁ ମୁକ୍ତ କରିବା, ଡ୍ରେନେଜ ସଫେଇ, ଅଧାପନ୍ତରିଆ ପ୍ରକଳ୍ପ ସବୁକୁ ସଂପୂର୍ଣ୍ଣ କରିବା ଆଦି କାର୍ଯ । ହକି ବିଶ୍ୱକପ ପୂର୍ବରୁ ରାଜଧାନୀରେ ଗଡିବ ୧୦୦ଟି ନୂଆ ବସ୍ ଏବଂ ସହର ହେବ ଓ୍ଵାଇଫାଇ । ଭୁବନେଶ୍ୱରର ରୂପରେଖ ସଂପୂର୍ଣ୍ଣ ବଦଳିବ ।

BMC-2

ଆଜିର ସ୍ବାୟତ୍ତ ଶାସନ ଦିବସ ଅବସରରେ ବିଏମସି କାର୍ଯାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା । ଏହା ପରେ ବିଏମସି ହସ୍ପିଟାଲରେ ଫଳ ବଣ୍ଟ କରାଯାଇଥିଲା । ସଂସ୍କୃତି ଓ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ଏବଂ ବିଏମସି କମିଶନରଙ୍କ ସମେତ ସମସ୍ତ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.