ଗୋରା, ଚମକଦାର ତ୍ବଚା ପାଇବା ପାଇଁ, କଦଳୀର କରନ୍ତୁ ଏପରି ବ୍ଯବହାର

କଦଳୀର ସେବନ ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।  ଏଥିରେ ବହୁତ ମାତ୍ରାରେ ପୋଷକ ରହିଥାଏ  ।  କଦଳୀ ଖାଲି ଖାଇବା ଦ୍ବାରା ନୁହଁ ବରଂ ଏହାକୁ ଲଗାଇବା ଦ୍ବାରା ମଧ୍ୟ ଶରୀରକୁ ଅନେକ ପ୍ରକାରର ଫାଇଦା ମିଳିଥାଏ । ଆସନ୍ତୁ ଜାଣିବା କିପରି କଦଳୀ  ଦ୍ବାରା ଆପଣ ପାଇପାରିବେ ଗୋରା ଏବଂ ଚମକଦାର ତ୍ବଚା ।

-ଯଦି ଆପଣଙ୍କ ତ୍ବଚା ଶୁଷ୍କ ଏବଂ ଟାଣ ହୋଇଯାଇଛି ତେବେ ଆପଣଙ୍କ ପାଇଁ କଦଳୀ ବରଦାନ ସ୍ବରୁପ। କଦଳୀର ପେଷ୍ଟକୁ ରାତିରେ ମୁହଁରେ ଲଗାଇ ଶୁଅନ୍ତୁ । ସକାଳେ ଉଠି ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଦେଖିବେ ଚେହେରାରେ ଚମକ ଆସିବା ସହ ତ୍ବଚା ନରମ ହୋଇଯିବ ।

-କଦଳୀ ପେଷ୍ଟରେ ଦୁଇ ଚାମଚ ଲେମ୍ବୁ ରସ ମିଶାଇ ତାହାକୁ ମୁହଁରେ ଲଗାନ୍ତୁ । ୨୦ ମିନିଟ ଲଗାଇ ରଖିବା ପରେ ଥଣ୍ଡା ପାରିରେ ମୁହଁ ଧୋଇ ଦିଅନ୍ତୁ ।  ଦେଖିବେ ମୁହଁର କଳା ଦାଗ ଦୂର ହୋଇଯିବ ।

– ଯଦି ପ୍ରାକୃତିକ ସ୍କର୍ବ କରିବାକୁ ଚାହୁଁଛନ୍ତି ତେବେ କଦଳୀ ସ୍କର୍ବ ବହୁତ ଭଲ ।  ଏହା ଦ୍ବାରା ଚେହେରାର ଖରାପ କୋଷ ବାହାରିବା ସହ ତ୍ବଚାର ଚମକ ରହିଥାଏ ।

-ଆବ୍ରୋକାଡ଼ୋ ଏବଂ କଦଳୀର ମିଶ୍ରଣ କରି ତାହାକୁ ୨୦ ମିନିଟ ମୁହଁରେ ଲଗାନ୍ତୁ ।  ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ,ଦେଖିବେ ଅପଣଙ୍କ ଚେହେରାର କୁଞ୍ଚିତରେଖା ଠିକ ହୋଇଯିବ ।

 

ନିଶ୍ଚିତ ପଢ଼ନ୍ତୁ:ଶୋଇବା ପୂର୍ବରୁ ପିନ୍ଧନ୍ତୁ ଓଦା ମୋଜା, ସ୍ବାସ୍ଥ୍ୟରେ ପାଇବେ ଆଶ୍ଚର୍ୟ୍ୟଜନକ ପରିବର୍ତ୍ତନ