ଆପଣ ଜାଣିଛନ୍ତି କି ,କରଣଙ୍କ ଡୁପ୍ଲେକେଟ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଏବେ କିଛି ଦିନ ହେବ ଗୋଟିଏ ଫଟୋ ବହୁ ସଂଖ୍ୟାକ ଭାଇରାଲ ହେଉଛି। ସେ ଆଉ କିଏ ନୁହଁ , ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରହୁଥିବା ନିର୍ମାତା- ନିର୍ଦ୍ଦେଶକ କରଣ ଜୋହରଙ୍କ ଡୁପ୍ଳିକେଟଙ୍କ ଫଟୋ । ଆଜ୍ଞା ହଁ , ତାଙ୍କର ଫଟୋ ଦେଖି ଆପଣ ବିଲକୁଲ ବିଶ୍ବାସ କରିପାରିବେ ନାହିଁ କିଏ ବାସ୍ତବରେ କରଣ ଜୋହର। ଏହା ବିଷୟରେ ନିଜେ କରଣ ଜୋହର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫଟୋ ଶେୟାର କରି କହିଛନ୍ତି। ଏଥିରେ କ୍ୟାପସନରେ ଲେଖିଛନ୍ତି କିଛି ଟ୍ବିଟ୍ ଆପଣଙ୍କୁ ଶବ୍ଦହୀନ କରିଦିଅନ୍ତି ଏବଂ ଏହି ଟ୍ବିଇଟ ହେଉଛି ଠିକ୍ ସେହିଭଳି।
Few tweets leave me speechless….this is one of them…. https://t.co/jRNhE6A7ex
— Karan Johar (@karanjohar) August 30, 2018
ଏହି ବ୍ୟକ୍ତିଙ୍କର ଚେହେରା ଅବିକଳ କରଣ ଜୋହରଙ୍କ ଭଳି। କରଣଙ୍କ ଭଳି ଦେଖାଯାଉଥିବ ଏହି ବ୍ୟକ୍ତଙ୍କ ପ୍ରୋଫାଇଲ ଦେଖିବା ପରେ ଜଣାପଡ଼ିଲା କି ସେ ପାକିସ୍ତାନରେ ରୁହନ୍ତି। ନିର୍ଦ୍ଦେଶକ କରଣଙ୍କ ବିଷୟରେ କହିବାକୁ ଗଲେ ସେ ଏବେ ତାଙ୍କ ଆଗାମୀ ଫିଲ୍ମ ତସ୍ଖର ସୁଟିଂରେ ବ୍ୟସ୍ତ ରହିଛନ୍ତି। ତେବେ କରଣଙ୍କୁ ଅନେକ ପ୍ରକାରର ରିଆଲିଟି ସୋ ମାନଙ୍କରେ ବିଚାରକ ଭାବେ ମଧ୍ୟ ଦେଖିବାକୁ ମିଳିଥାଏ।