Below header

ଆଇଆରସିଟିସି ଦୁର୍ନୀତି ମାମଲା : ରାବଡ଼ି ଓ ତେଜସ୍ବୀଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ : ଆଇଆରସିଟିସି ଦୁର୍ନୀତି ମାମଲା, ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ଓ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଦିଲ୍ଲୀ ପଟିଆଲା ହାଇକୋର୍ଟ ଆଜି ସେମାନଙ୍କ ଜାମିନ ମଞ୍ଜୁର କରିଛନ୍ତି ।  ପୁରୀ ଓ ରାଞ୍ଚିରେ ଦୁଇଟି ହୋଟେଲକୁ ବେଆଇନ୍ ଭାବେ ଲିଜ୍ ଦିଆଯିବା ଘଟଣାର ସିବିଆଇ ତଦନ୍ତ କରୁଛି । ଲାଲ ଯାଦବ ରେଳବାଇ ମନ୍ତ୍ରୀ ଥିବା ବେଳେ ଏସବୁ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି । ପାରୋଲରେ ଆସିବା ପରେ ପୁଣି ଜେଲ୍କୁ ଫେରିଛନ୍ତି ଲାଲୁ । ତେବେ ତାଙ୍କ ପତ୍ନୀ ଓ ପୁଅ ସମେତ ଅନ୍ୟମାନଙ୍କୁ ଜାମିନ ମିଳିବା ଘଟଣା ରାଷ୍ଟ୍ରୀୟ ଜନତା ଦଳକୁ ଆଶ୍ବସ୍ତି ଦେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.