Below header

ଅଜବ ରଣନୀତି : ଆତଙ୍କବାଦୀଙ୍କ ଟାର୍ଗେଟରେ ପୋଲିସ କର୍ମଚାରୀଙ୍କ ପରିବାର

ଶ୍ରୀନଗର : ପୋଲିସ କର୍ମଚାରୀଙ୍କ ପରିବାରକୁ ଆତଙ୍କବାଦୀଙ୍କ ଟାର୍ଗେଟ୍‌ । ଆଜି ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରର ପାଖାପାଖି ୮ ଜଣଙ୍କୁ ଅପହରଣ କରିଛନ୍ତି । ଏମାନେ ସମସ୍ତେ ପୋଲିସ କର୍ମଚାରୀଙ୍କ ସଂପର୍କୀୟ । ଏମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି ।

ସୋପିୟାଁ, କୁଲଗାମ, ଅନନ୍ତନାଗ ଓ ଅବନ୍ତପୁରା ଅଞ୍ଚଳରୁ ଅପହରଣ କରାଯାଇଥିବା ଜଣାପଡ଼ିଛି । ଗତକାଲି ଆତଙ୍କବାଦୀ ସୈୟଦ ସଲାଉଦ୍ଦିନ୍‌ର ସାନ ପୁଅକୁ ଗିରଫ କରିଥିଲା ଏନ‌ଆଇଏ । ଆତଙ୍କବାଦୀଙ୍କ ଆର୍ଥିକ କାରବାର ଅଭିଯୋଗରେ ତାଙ୍କୁ ଏନ୍‌ଆଇଏ ଗିରଫ କରିଥିଲା । ଏହା ପରେ ଆତଙ୍କବାଦୀମାନେ ଏପରି କାଣ୍ଡ ଭିଆଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.