Below header

ଭଦ୍ରକ: କରୋନା ସମୟରେ ପ୍ରାଇଭେଟ୍ ସ୍କୁଲର ମନମାନିକୁ ଅଭିଭାବକଙ୍କ ବିରୋଧ

ଚାନ୍ଦବାଲି(କେନ୍ୟୁଜ୍): କରୋନା ସମୟରେ ପ୍ରାଇଭେଟ ସ୍କୁଲର ମନମାନିକୁ ଅଭିଭାବକଙ୍କ ତୀବ୍ର ବିରୋଧ । ସ୍କୁଲ ବନ୍ଦ ଥିବା ବେଳେ ରିଆଡମିଶନ ଫି’ ବଢିବାକୁ ନେଇ ଅଭିଭାବକମାନେ ସ୍କୁଲ ପରିସରରେ ପ୍ରତିବାଦ କରିଛନ୍ତି । ଅଭିଯୋଗ ମୁତାବକ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଥିବା ଭେଙ୍କେଟଶ୍ୱର ସ୍କୁଲର ରିଆଡମିଶନ ଫି ଅହେତୁକ ବୃଦ୍ଧି କରାଯାଇଛି । ଯାହାକୁ ନେଇ ଆଜି ଅଭିଭାବକମାନେ ସ୍କୁଲରେ  ପହଞ୍ଚି ସ୍କୁଲ ପରିଚାଳକଙ୍କ ସହ ଆଲୋଚନା କରିବା ସହ ହୋହାଲ୍ଲା କରିଥିଲେ ।

chandbali 2

ପୂର୍ବ ବର୍ଷ ରିଆଡମିଶନ ଫି’ ଯେଉଁ ଛାତ୍ର ଛାତ୍ରୀଙ୍କର ୪ହଜାର ୨ଶହ ଟଙ୍କା ଥିଲା ସେମାନଙ୍କର ୭ହଜାର ୫ଶହ ଟଙ୍କା କରିଦେଲେ । ଯାହାକି ପୂର୍ବ ବର୍ଷ ଅପେକ୍ଷା ସ୍କୁଲ ପରିଚାଳକ ଦେଢ ଗୁଣ ବଢାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ଯାହାକି୍ ସ୍କୁଲ ବନ୍ଦ ଥିବା ବେଳେ ବିଭିନ୍ନ ପୂଜା ପାଇଁ , ଖେଳ ପାଇଁ ଟଙ୍କା ମଧ୍ୟ ନେବାକୁ ସ୍କୁଲ ଦାବି କରୁଛି । ତେଣୁ ଏହାକୁ ଅଭିଭାବକମାନେ ତୀବ୍ର ବିରୋଧ କରିବା ସହ କେବଳ ପିଲାମାନଙ୍କ ବହି ଟଙ୍କା ଦେବାକୁ ଅଭିଭାବକମାନେ ନିଜର ମତ ପ୍ରକାଶ କରିଥିଲେ । କିନ୍ତୁ  ସ୍କୁଲ ପରିଚାଳନା କମିଟ ରାଜି ହୋଇନଥିଲା ।ଏଥିପାଇଁ ଅଭିଭାବକମାନେ ହୋହାଲ୍ଲା କରିଥିଲେ । ତେବେ ସ୍କୁଲ ପରିଚାଳନା କମିଟ ଏହାର ସମାଧାନ ପାଇଁ ୭ଦିନ ସମୟ ନେଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.