ଆମେରିକା: ଜନ୍ମଦିନ ପାର୍ଟିରେ ଗୁଳିବର୍ଷା, ୬ ଲୋକଙ୍କ ମୃତ୍ୟୁ, ଆକ୍ରମଣକାରୀ ନିଜକୁ ବି ଗୁଳି କରିଦେଲା

ଆମେରିକାର କଲୋରାଡୋରେ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ହଠାତ ଜଣେ ବ୍ୟକ୍ତି ବନ୍ଧୁକ ବାହାର କରି ଗୁଳିବର୍ଷା କରିଥିଲେ। ଏହି ଘଟଣାରେ ୬ ଲୋକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣକାରୀ ନିଜେ ମଧ୍ୟ ନିଜକୁ ଗୁଳି କରି ଦେଇଥିଲେ।କଲୋରାଡୋ ସ୍ପୃଙ୍ଗସ ପୋଲିସ ଅନୁସାରେ, ଏ ନେଇ କେହି ଜଣେ ବ୍ୟକ୍ତି ଫୋନ କରି ପୋଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଲୋକଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲା। ତେବେ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଗୁଳିକାଣ୍ଡରେ ପ୍ରକୃତ କାରଣ ଜଣାପଡ଼ିନାହିଁ।

କୁହାଯାଉଛି କି, ଆକ୍ରମଣକାରୀ ପାର୍ଟିରେ ଉପସ୍ଥିତ ଥିବା ଜଣେ ମହିଳାଙ୍କ ସାଙ୍ଗ ଥିଲେ। ପୋଲିସ ସୂଚନା ଅନୁସାରେ, ଉକ୍ତ ପାର୍ଟିରେ ପିଲା ବି ଉପସ୍ଥିତ ଥିଲେ, କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି। ପୋଲିସ ଏବେ ମୃତକଙ୍କ ପରିଚୟ ପ୍ରଦାନ କରିନି। କଲୋରାଡୋ ମେୟର ଜନ ସଦର୍ସ ଏହାକୁ ମୁର୍ଖତାପୂର୍ଣ୍ଣ ହିଂସା ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.