Below header

ଘରୁ ବାଡେଇ ବାହାର କରିଦେଲା ଜନ୍ମ କଲା ପୁଅ, ହସ୍ପିଟାଲ ବାରଣ୍ଡାରେ କଟିଲା ରାତି

ମାହାଙ୍ଗା: ଦଶ ମାସ ଦଶ ଦିନ ଯେଉଁ  ଶିଶୁକୁ ଗର୍ଭରେ ରଖି ଅନେକ ଯନ୍ତ୍ରଣା ସହି ତାକୁ ମା” ଟିଏ  ଜନ୍ମଦିଏ । ସେହି ପିଲା ଯଦି ବଡ ହେବା ପରେ ସେହି ବୁଢା ବାପା ମା’ ଲାତ ମାରି ଘରୁ ତଡିଦିଏ । ତେବେ ତା ଠାରୁ ଲଜ୍ୟାଜନକ ଓ ସ୍ପର୍ଶ କାତର ଘଟଣା ଆଉ କିଛି ନାହିଁ । ପ୍ରଶ୍ନ ଉଠେ ସମାଜରେ ଆଉ  ମାନବିକତା ବଂଚିଛି ତ ? ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାଙ୍ଗା ଥାନା ବାସୁଦେବପୁର ଅଂଚଳରେ l

ପୁଅ-ବୋହୁଙ୍କ ଠାରୁ ମାଡାଗାଳି ଖାଇ ବାରଦ୍ୱାର ଶୁଣ୍ଢି ପିଣ୍ଡା  ହେଉଥିଲେ ମାହାଙ୍ଗା ଅଂଚଳର  ବୃଦ୍ଧ ଦମ୍ପତ୍ତି ମହମ୍ମଦ ଜଇ ରୁଦ୍ଦିନ ଓ ଗାନ୍ଧୀ ବିବି । ମାହାଙ୍ଗା ଥାନାରେ ପହଂଚି ଜନ୍ମିତ ପୁଅଙ୍କ ଅତ୍ୟାଚାରରୁ ମୁକ୍ତିପାଇଁ ଆକୁଳ ନିବେଦନ କରିବା ଘଟଣା ଯେତିକି ସ୍ପର୍ଶକାତର ସେତିକି ଲୋମହର୍ଷଣ କାରି ବି । ବର୍ଷା କାଚୁଥିବା  ରାତିରେ ଘରକୁ ଫେରିବାର ସବୁ ରାସ୍ତା ବାଣ୍ଡ ହୋଇଯିବାରୁ ଏହି ବୃଦ୍ଧ ଦମ୍ପତ୍ତି ଦ୍ବୟ ଏକ ଡାକ୍ତର ଖାନାରେ ପହଂଚିଥିଲେ ।

ସ୍ଥାନୀୟ ସରକାରୀ ମୁଖ୍ୟ ଡାକ୍ତରଖାନାରେ ପହଂଚି ପୁଅ-ବୋହୂ ଓ ପରିବାର ଲୋକଙ୍କ ମାଡ଼ର କଷ୍ଟ ଲାଘବ ପାଇଁ କେଇପାନ ଔଷଧ ଖାଇ ସେଇ ବାରଣ୍ଡାରେ ହିଁ ରାତି କଟାଇଥିଲେ ଏହି ଦମ୍ପତ୍ତି । ପୁଅ, ବୋହୁ ତଥା ପରିବାରର ସମସ୍ତେ ଥିଲେ ମଧ୍ୟ ହସ୍ପିଟାଲ ବାରଣ୍ଡାରେ ବୁଢା ବାପା ମା” ଦି ଜଣ ରାତି କାଟିବା ଏକ ଅତ୍ୟନ୍ତ ଦୁଃଖଦାୟକ ଓ ଲଜ୍ୟାସ୍ପଦ ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.