ପିଏମ ମୋଦିଙ୍କ ଘୋଷଣା, ଷଷ୍ଠ ପର୍ଯ୍ୟାୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୧୭ ହଜାର ୧୦୦ କୋଟି ଟଙ୍କା

କୃଷି ଭିତ୍ତିଭୂମି ପାଣ୍ଠି ଅର୍ଥଯୋଗାଣ ବ୍ୟବସ୍ଥାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ମାଧ୍ୟମରେ ପିଏମ୍‌ କିଷାନ ଯୋଜନାର ଷଷ୍ଠ କିସ୍ତି ପ୍ରଦାନ କରାଯିବ। ଏହା ଦ୍ୱାରା ଦେଶର ୮.୫୫ କୋଟି ଚାଷୀଙ୍କୁ ୧୭ ହଜାର ୧୦୦ କୋଟି ଟଙ୍କା ପ୍ରଦାନ କରାଯିବ । ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଦେଶରେ ଅମଳ ପରବର୍ତ୍ତୀ ଫସଲ ପରିଚାଳାନା, ଭିତ୍ତିଭୂମି ଓ ଗୋଷ୍ଠୀଗତ କୃଷି ସମ୍ବଳ ସୃଷ୍ଟିରେ ସହାୟକ ହେବ । ଏହି ଅବସରରେ ପିଏମ ମୋଦି କହିଛନ୍ତିକି, ଗୋଟିଏ ଦେଶ, ଗୋଟିଏ ମଣ୍ଡିକୁ କାର୍ଯ୍ୟକାରୀ କରିବା ନେଇ ଦୀର୍ଘ ୭
ବର୍ଷ ଧରି ଯୋଜନା କରାଯାଇ ଆସୁଥିଲା । ସରକାରଙ୍କ ଏହି ଯୋଜନା ଆଜି ପୂର୍ଣ୍ଣ ହେବାକୁ ଯାଉଛି । ପ୍ରଥମେ ଏ ନାମକ ଟେକ୍ନୋଲୋଜି ଆଧାରିତ ଏକ ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ଏକ ନୂଆ ନିୟମ ଜାରି କରାଯାଇ କି ଚାଷୀ ମାନଙ୍କୁ ମଣ୍ଡିରୁ ଓ ମଣ୍ଡି ଗୁଡିକୁ ଟ୍ୟାକ୍ସ ମୁକ୍ତ କରାଯାଇଛି ।

ଯାହା ଫଳରେ ଦେଶର ପ୍ରତିଟି ଚାଷୀ ଭାଇଙ୍କୁ ଅନେକ ବିକଳ୍ପ ମିଳିପାରିବ । ଆଉ ମଧ୍ୟ ଏହି ଯୋଜନା ଜରିଆରେ ଗାଁର କୃଷକ, କୃଷକ ସମିତି, ଏଫ ପିଓ ଗୁଡିକୁ ୱେୟାର ହାଉସ ନିର୍ମାଣ, କୋଲଡ ଷ୍ଟୋରେଜ ନିର୍ମାଣ, ଫୁଡ ପ୍ରୋସେସିଙ୍ଗ ଉଦ୍ୟଗ ଆଦି ନିର୍ମାଣ ପାଇଁ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତର ସାହାଯ୍ୟ ମିଳିଯାଇପାରିବ । କହିରଖିବା ଉଚିତ ହେବକି ଗତ ଦେଶ ବର୍ଷ ମଧ୍ୟରେ ଏହି ଯୋଜନା ମଧ୍ୟରେ ଚାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ୭୫ ହଜାର କୋଟି ଟଙ୍କା ଯାଇ ସାରିଲାଣି । ଏମଧ୍ୟରୁ ୨୨ ହଜାର କୋଟି ଟଙ୍କା ଲକଡାଉନ ଜାରି ସମୟରେ ଚାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ପହଞ୍ଚା ଯାଇସାରିଛି । ଏହା ସହ ଦେଶର କୃଷକ ମାନଙ୍କୁ ପ୍ରସଂଶା ମଧ୍ୟ କରିଛନ୍ତି । ଲକ ଡାଉନ ସମୟରେ ସେମାନଙ୍କ କାରଣରୁ ହିଁ ଦେଶକୁ ଖାଦ୍ୟ ପେୟ ସାମଗ୍ରୀ ଅଭାବ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.