Below header

ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ, ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ

ମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ । ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗତକାଲି ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ । ତାପରଠୁ ଭକ୍ତମାନେ ଶ୍ରୀମନ୍ଦିର ଚାରିପଟେ ନିର୍ବିଘ୍ନ ପରିକ୍ରମା କରୁଛନ୍ତି ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ । ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗତକାଲି ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ । ତାପରଠୁ ଭକ୍ତମାନେ ଶ୍ରୀମନ୍ଦିର ଚାରିପଟେ ନିର୍ବିଘ୍ନ ପରିକ୍ରମା କରୁଛନ୍ତି । ବିନା ବାଧାରେ, ଅତି ଆନନ୍ଦର ସହ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ କରି ଭକ୍ତ ଦିବ୍ୟ ଅନୁଭୂତି ସାଉଣ୍ଟୁଛନ୍ତି । ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟ ଓ ନୂଆ ରୂପ ସମସ୍ତଙ୍କୁ ମୁଗ୍ଧ କରୁଛି । ବଡ଼ଦାଣ୍ଡରେ ମନ୍ଦିରର ପ୍ରତି ପାର୍ଶ୍ବରୁ ଓ ପ୍ରତି ପାଖରୁ ଦେଖି ହେଉଛି ମେଘନାଦ ପାଚେରୀ ।

ପରିକ୍ରମା ପ୍ରକଳ୍ପ ଭିତରେ ଥିବା ମଠ ମନ୍ଦିର ପାଇଛି ନୂଆ ରୂପ । ନୂଆ କରି ନିର୍ମାଣ ହୋଇଥିବା ଆମ୍ପି ଥିଏଟରରୁ ନୀଳଚକ୍ର ଓ ପତିତପାବନ ବାନାକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପରିକ୍ରମା ମାର୍ଗ ଚତୁଃପାର୍ଶ୍ବରେ ଯେଉଁ ଉଦ୍ୟାନ କରାଯାଇଛି, ଦେଖିବାକୁ ଏତେ ସୁନ୍ଦର ଲାଗୁଛି ବର୍ଣ୍ଣନା କରି ହେଉନି । ପରିକ୍ରମା କରି ଆତ୍ମା ଉଦ୍ଧାର ହୋଇଗଲା ବୋଲି ଭକ୍ତମାନେ ଭାବରେ କହୁଛନ୍ତି । ସମସ୍ତେ ଗୋଟିଏ କଥା କହୁଛନ୍ତି, ପୁରୀ ଏମିତି ବଦଳିଯିବ କେହି କେବେ କଳ୍ପନା କରି ନଥିଲେ । ସମସ୍ତଙ୍କ ସହଯୋଗରେ ଅସମ୍ଭବକୁ ସମ୍ଭବ କହି ଦେଖାଇଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.