Below header

ତୃତୀୟ T20: ସୁପର ଓଭରରେ ଆଫଗାନିସ୍ତାନକୁ ହରାଇ ସିରିଜ କ୍ଲିନ୍ ସୁଇପ କଲା ଭାରତ

ମ୍ୟାଚ୍। ପ୍ରଥମେ ମ୍ୟାଚ୍ ଟାଇ, ପୁଣି ସୁପର ଓଭର ଟାଇ। ଆଉ ଦ୍ଵିତୀୟ ସୁପର ଓଭରରେ ଯାଇ ବାହାରିଲା ମ୍ୟାଚ୍‌ର ଫଇସଲା । ଶେଷରେ ବହୁ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ । ରବି ବିଷ୍ଣୋଇ ଦ୍ଵିତୀୟ ସୁପର ଓଭରରେ ୨ଟି ଓ୍ଵିକେଟ୍ ନେଇ ଭାରତ ବିଜୟରେ ହିରୋ ସାଜିଛନ୍ତି ।

ମ୍ୟାଚ ଟାଇ । ପ୍ରଥମ ସୁପର ଓଭର ବି ଟାଇ  । ଦ୍ବିତୀୟ ସୁପର ଓଭର ଭାରତ ପକ୍ଷରେ ଗଲା  । ତୃତୀୟ T20ରେ ଆଫଗାନିସ୍ତାନକୁ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ପ୍ରଥମ ସୁପର ଓଭର ଟାଇ ପରେ ଦ୍ବିତୀୟ ସୁପର ଓଭରରେ ବାଜି ମାରିଛି ଭାତର  । ରବି ବିଷ୍ଣୌଇ ୩ଟି ବଲରେ ୩ଟି ୱିକେଟ୍ ନେଇ ଦଳକୁ ବିଜୟୀ କରିଛନ୍ତି  । ଏଥିସହ ଭାରତ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ସିରିଜକୁ ୩-୦ରେ ମୂଳପୋଛ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ଅପରାଜିତ ୧୨୧ ଓ ରିଙ୍କୁ ସିଂହଙ୍କ ୬୯ଙ୍କ ରେକର୍ଡ ଭାଗୀଦାରି ବଳରେ ୪ ୱିକେଟ ହରାଇ ୨୧୨ ରନ କରିଥିଲା । ଏହାକୁ ପିଛା କରି ରହମନୁଲ୍ଲା ଗୁରବାଜ୍ ଓ ଇବ୍ରାହିମ୍ ଜଦ୍ରାନଙ୍କ ୫୦ ରନ ଏବଂ ଗୁଲବଦିନ ନାଏବଙ୍କ ଅପରାଜିତ ୫୫ ଓ ମହମ୍ମଦ ନବିଙ୍କ ୩୪ ବଳରେ ଦଳ ସମାନ ସ୍କୋର କରିଥିଲା । ଫଳରେ ସୁପର ଓଭର ଖେଳାଯାଇଥିଲା । ପ୍ରଥମ ସୁପର ଓଭରରେ ଭାରତ ଏକ ୱିକେଟ ହରାଇ ୧୬ ରନ କରିଥିଲା । ତେବେ ୧୭ ରନ ଟାର୍ଗେଟକୁ ପିଛା କରୁଥିବା ଆଫଗାନ ଦଳ ୧୬ ରନ ହିଁ କରିପାରିଥିଲା । ମ୍ୟାଚ୍ ଦ୍ବିତୀୟ ସୁପର ଓଭରରେ ଫଏସଲା ହୋଇଥିଲା । ଭାରତ ଦୁଇ ୱିକେଟ ହେରାଇ୧୧ ରନ କରିଥିଲା । ୧୨କୁ ପିଛା କରି ଆଫଗାନିସ୍ତାନ ଟିମ ଦୁଇ ୱିକେଟ ହରାଇ ୧ ରନ କରିଥିଲା । ରବି ବିଷ୍ଣୋଇ ୩ ବଲ୍ ରେ ୩ ୱିକେଟ୍ ନେଇ ଭାରତକୁ ଜିତାଇବାରୁ ସୁପର ଓଭରର ହିରୋ ସାଜିଥିଲେ । ରୋହିତ ମ୍ୟାଚ୍ ଅଫ ଦ ମ୍ୟାଚ ଓ ଶିବମ ଦୁବେ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.