Below header

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୩୦ରୁ ଅଧିକ ଲୋକ

ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା । ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୮ରୁ ଅଧିକ ବାଇକ ରହିଛି ।

ବ୍ରହ୍ମଗିରି (କେନ୍ୟୁଜ): ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା । ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୮ରୁ ଅଧିକ ବାଇକ ରହିଛି ।  ସକାଳ ୯:୪୦ ରେ ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ ଚିଲିକାରେ ଯାତ୍ରା ଆରମ୍ଭ କରିଥିଲା ଏହି ଡଙ୍ଗା । ତେବେ କିଛି ବାଟ ଯିବା ପରେ ଡଙ୍ଗାର ମେସିନ ଖରାପ ହୋଇଯାଇଥିବା ଯୋଗୁଁ ଏହା ମଝି ଚିଲିକାରେ ଅଟକି ରହିଛି । ଉଦ୍ଧାର କରିବା ପାଇଁ ସ୍ଥାନୀୟ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କ ଉଦ୍ୟମ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.