ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ

ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ।

ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର । ୪ ବର୍ଷ ପରେ ଅଗ୍ନିବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଆଇଏନଏସରେ ଯୋଗ ଦେବେ । ଏହିଅବସରରେ ନୌସେନା ମୁଖ୍ୟ ଆଡ଼ମିରାଲ ଆର ହରିକୁମାର କହିଛନ୍ତି ୨୦୪୭ ସୁଦ୍ଧା ଆତ୍ମନିର୍ଭର ହେବ ଭାରତୀୟ ନୌସେନା ।

ଏୟାର କ୍ରାଫ୍ଟ କ୍ୟାରିୟର, ସବମେରିନ ସମ୍ପୂର୍ଣ୍ଣ ଭାବେ ଭାରତରେ ତିଆରି ହେବ । ଭାରତ ମହାସାଗରରେ ଶତ୍ରୁ ରାଷ୍ଟ୍ରର ଦବଦବା ବଢିବାକୁ ନେଇ ଆର ହରିକୁମାର କହିଛନ୍ତି କେବଳ ଚୀନକୁ ଦୃଷ୍ଟିରେ ରଖି ନୁହେଁ, ସମସ୍ତ ଦୃଷ୍ଟିକୋଣକୁ ଦେଖି ନୌସେନାର ସାମର୍ଥ୍ୟ ବୃଦ୍ଧି କରାଯାଉଛି । ନୌସେନାରେ ବ୍ୟବହାର ହେବ AI । ! ଏଥିପାଇଁ ପ୍ଲାନ ପ୍ରସ୍ତୁତି ସରିଛି। ମେଣ୍ଟେନାନ୍ସ ଓ ସର୍ଭିଲାନ୍ସରେ AIକୁ ବ୍ୟବହାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.